ମଣ୍ଟ୍ରିଲ: କାନାଡାର ଅଟାୱା ସହରରେ ସ୍ଥାପିତ ମହାତ୍ମାଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିକୁ କେତେକ ଦୁର୍ବୃତ୍ତ ଭାଙ୍ଗିଦେଇଥିବା ଜଣାପଡିଛି । ଏହି ଘଟଣାରେ ସେଠାରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତିରେ କଳାରଙ୍ଗ ବୋଳିଥିବାବେଳେ ଖଲିସ୍ତାନୀ ସ୍ଲୋଗାନ ଲେଖାଥିବା ପୋଷ୍ଟର ମାରିଛନ୍ତି । ଏହି ଭଙ୍ଗାରୁଜା ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ଜଣାପଡିବାପରେ କାନାଡାସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସେଠାକାର ବିଦେଶ ମନ୍ତ୍ରଣାଳୟରେ ଲିଖିତ ପ୍ରତିବାଦ କରାଯାଇଛି ।