29.4 C
Bhubaneswar
Sunday, May 18, 2025
Homeଦେଶ ବିଦେଶପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ଇମରାନ ଖାନ୍

ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ଇମରାନ ଖାନ୍

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଗୋଟିଏ ପଟେ ମୋଦୀଙ୍କୁ ପ୍ରଶଂସା କରିଥିବା ବେଳେ ଅନ୍ୟପଟେ ଦୁର୍ନୀତିକୁ ନେଇ ପାକିସ୍ତାନ ମୁସଲିମ ଲିଗ (ନୱାଜ) ନେତା ନୱାଜ ସରିଫଙ୍କ ସହ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଟାର୍ଗେଟ କରିଛନ୍ତି। ଇମରାନ୍ ଖାନ୍ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ସମାଲୋଚନା କରି କହିଥିଲେ ଯେ ବିଶ୍ୱର ଅନ୍ୟ କୌଣସି ରାଜନେତା କିମ୍ବା ନେତାଙ୍କରା ବିଦେଶରେ କୋଟି କୋଟି ମୂଲ୍ୟର ସମ୍ପତ୍ତି ନାହିଁ, ଯେପରି ନଓ୍ବାଜଙ୍କର ରହିଛି। ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରି ଇମରାନ୍ ଖାନ କହିଛନ୍ତି, “ଯଦି କୌଣସି ଦେଶରେ ଆଇନଗତ ନିୟମ ନାହିଁ, ତେବେ ସେଠାରେ ପୁଞ୍ଜି ନିବେଶ ହୋଇପାରିବ ନାହିଁ। ଆଇନର କୌଣସି ନିୟମ ନଥିଲେ ଦୁର୍ନୀତି ବୃଦ୍ଧି ହୁଏ। ମୋତେ ଏମିତି ଗୋଟିଏ ଦେଶ କୁହନ୍ତୁ ଯାହାର ନେତାଙ୍କର ଏକ ବିଲିୟନ ମୂଲ୍ୟର ସମ୍ପତ୍ତି ବିଦେଶରେ ରହିଛି! ଆମ ପଡୋଶୀ ଦେଶ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭାରତ ବାହାରେ କେତେ ସମ୍ପତ୍ତି ଅଛି ବୋଲି ପ୍ରଶ୍ନ କରିଛନ୍ତି? ଇମରାନ୍ କହିଛନ୍ତି କେହି ବି ଜାଣିନାହାନ୍ତି ଭାରତ ବାହାରେ ନଓ୍ବାଜ ସରିଫଙ୍କର କେତେ ସମ୍ପତ୍ତି ରହିଛି, ତାହା କଳ୍ପନା ବି କରିହେବନି। ସୂଚନାଥାଉକି, ତାଙ୍କ ନେତୃତ୍ୱରେ ଆସ୍ଥା ଭୋଟ୍ ହରାଇବା ପରେ ଏପ୍ରିଲ୍ ମାସରେ କ୍ଷମତାରୁ ବହିଷ୍କୃତ ହୋଇଥିବା ଇମରାନ ଖାନ୍ ତାହା ପୂର୍ବରୁ ଭାରତର ସ୍ବାଧୀନ ବୈଦେଶିକ ନୀତି ତଥା ପାଶ୍ଚାତ୍ୟ ଦେଶମାନଙ୍କ ଚାପ ମଧ୍ୟରେ ଋଷରୁ ରିହାତି ତେଲ କ୍ରୟ କରିଥିବାରୁ ତାଙ୍କୁ ପ୍ରଶଂସା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking