32.1 C
Bhubaneswar
Friday, October 18, 2024
Homeଓଡିଶାସର୍ବଦଳୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ଗ୍ୟାଲେରୀକୁ ଆସିପାରିବେ ସାଧାରଣ ଦର୍ଶକ

ସର୍ବଦଳୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ଗ୍ୟାଲେରୀକୁ ଆସିପାରିବେ ସାଧାରଣ ଦର୍ଶକ

ଭୁବନେଶ୍ୱର: ଚଳିତ ବଜେଟ୍ ଅଧିବେଶନରେ ସାଧାରଣ ଦର୍ଶକମାନେ ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ କରି ଦର୍ଶକ ଗ୍ୟାଲେରୀକୁ ଆସିପାରିବେ । କୋଭିଡ୍ ସଂକ୍ରମଣ ପାଇଁ ଦର୍ଶକମାନଙ୍କୁ ଗ୍ୟାଲେରୀ ଯିବାକୁ ବାରଣ ଥିଲା । ବିଧାୟକମାନଙ୍କ ଜରିଆରେ ଦର୍ଶକମାନଙ୍କୁ ଗ୍ୟାଲେରୀ ପାଇଁ ପ୍ରବେଶ ପତ୍ର ପ୍ରଦାନ କରାଯିବ । ଗଣମାଧ୍ୟମ ପ୍ରତିନିଧିମାନେ ପୂର୍ବ ଅଧିବେଶନ ଭଳି ଚଳିତ ଅଧିବେଶନରେ ପ୍ରେସ୍ ଗ୍ୟାଲେରୀରେ ଉପସ୍ଥିତ ରହି ସମ୍ବାଦ ସଂଗ୍ରହ କରିପାରିବେ । ଏହି ସୂଚନା ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ସୋମବାର ପୂର୍ବାହ୍ନରେ ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ନିମନ୍ତେ ବାଚସ୍ପତି ଶ୍ରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ବାଚସ୍ପତି ଗଣମାଧ୍ୟମକୁ କହିଛନ୍ତି ଯେ, ଦୁଇ ପର୍ଯ୍ୟାୟ ବିଶିଷ୍ଟ ଏହି ଅଧିବେଶନ କାଳରେ ବଜେଟ୍ ଅଧିବେଶନ କାରଣରୁ ପ୍ରଥମ ଦିନ ପୂର୍ବାହ୍ନ ୧୧ରୁ ଆରମ୍ଭ ହେବ ଏବଂ ବାକି ସବୁ ଦିନ ପୂର୍ବାହ୍ନ ସାଢ଼େ ଦଶରୁ ହେବ । କୋଭିଡ୍ ସଂକ୍ରମଣର ଭୟ ନଥିବାରୁ କଟକଣା ସଂପୂର୍ଣ୍ଣ ମୁକ୍ତ କରାଯାଇଛି । ତେବେ ବିଧାନସଭା ଭିତରେ ଓ ବାହାରେ ପରିବେଶ ପରିଷ୍କାର ଓ ପରିଚ୍ଛନ୍ନ ରଖାଯିବ । ଚଳିତ ଅଧିବେଶନରେ ସ୍ୱାସ୍ଥ୍ୟଗତ କାରଣରୁ ଗୃହରେ ଉପସ୍ଥିତ ହୋଇପାରୁନଥିବା ସଦସ୍ୟମାନେ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ଭାଗ ନେଇପାରିବେ । ଅଧିବେଶନ କାଳରେ ଗୃହକୁ କିପରି ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ କରାଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଛି । ଉପସ୍ଥିତ ବିଭିନ୍ନ ଦଳର ସଭ୍ୟମାନ ଏନେଇ ସହଯୋଗ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।

ବୈଠକରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ଅର୍ଥ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ୍ କେଶରୀ ଦେବ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଲକ୍ଷ୍ମଣ ମୁଣ୍ଡା ଉପସ୍ଥିତ ଥିଲେ । ଏମାନେ ଗୃହ ସୁପରିଚାଳନା ନେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ହେଲେ ବିରୋଧି ଦଳନେତା ଜୟନାରାୟଣ ମିଶ୍ର ଏବଂ ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ବୈଠକରେ ଯୋଗ ଦେଇଥିଲେ ହେଁ ଅଧାରୁ ଉଠିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking