29.1 C
Bhubaneswar
Saturday, July 27, 2024
Homeଅପରାଧସ୍ୱାମୀ ରକ୍ତରେ ହୋଲି ଖେଳିଲା ସ୍ତ୍ରୀ; ଶାଶୂକୁ ବି ଛାଡ଼ିଲାଣି....

ସ୍ୱାମୀ ରକ୍ତରେ ହୋଲି ଖେଳିଲା ସ୍ତ୍ରୀ; ଶାଶୂକୁ ବି ଛାଡ଼ିଲାଣି….

ଗୌହାଟୀ: ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ ପରେ ଆସାମରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି ଦେଖିବାକୁ ମିଳିଛି । କିନ୍ତୁ ଏଠାରେ ସ୍ୱାମୀ ଏବଂ ଶାଶୂକୁ ହତ୍ୟା କରିଛି ପିଶାଚି ବୋହୂ । ସାତଜନ୍ମର ସାଥି ହେବା ପାଇଁ କଥା ଦେଇଥିବା ପତ୍ନୀ ପାଲଟିଛି ପିଶାଚୀ ! ପରକୀୟା ପ୍ରୀତିର ମାୟାରେ ବାୟା ହୋଇ ଶଙ୍ଖା, ସିନ୍ଦୁରକୁ ଭୁଲି ସ୍ୱାମୀ ରକ୍ତରେ ଖେଳିଲା ହୋଲି । ସ୍ୱାମୀ ଏବଂ ଶାଶୁକୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲା ସ୍ତ୍ରୀ । ରବିବାର ଗୌହାଟୀର ନୁନମାଟିରୁ ସାମ୍ନାକୁ ଆସଛି ଏଭଳି ଛାତିଥରା ଘଟଣା । ହତ୍ୟାକରୀ ସ୍ତ୍ରୀ ହେଲେ ବନ୍ଦନା କାଲିତା । ପ୍ରଥମେ ସ୍ୱାମୀ ଏବଂ ଶାଶୂକୁ ହତ୍ୟା କରିବା ପରେ ଖଣ୍ଡଖଣ୍ଡ କରି ଫ୍ରିଜରେ ରଖିଥିଲା ।

ଏହାର ତିନି ପରେ ପଲିଥିନରେ ପୁରାଇ ମେଘାଳୟର ଦୌକି ରୋଡରେ ଥିବା ପର୍ବତର ୫୦ରୁ ୬୦ ଫୁଟ ତଳକୁ ଫିଙ୍ଗିଦେଇଥିଲା । ଏଭଳି ହତ୍ୟା ଘଟଣାକୁ ୭ ମାସ ବିତିବା ପରେ ଜାଣିବାକୁ ପାଇଥିଲା ପୋଲିସ । ଗୌହାଟୀ ନରେଙ୍ଗୀର ଅମରଜ୍ୟାତି ଏବଂ ବନ୍ଦନା କାଲିତା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏମାନଙ୍କ ବୈବାହିକ ଜୀବନ ମଧ୍ୟ ଖୁସିରେ ଚାଲିଥିଲା । କିନ୍ତୁ କିଛିଦିନ ଗଲାପରେ ବନ୍ଦନାଙ୍କ ଜୀବନରେ ଆସିଥିଲେ ଧନଜିତ ଡେକା । ଏହାକୁ ନେଇ ଉଭୟେ ସ୍ୱାମୀ, ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହାପରେ ସେ ଛାଡପତ୍ର ଦେବା ପାଇଁ ଭାବିଥିଲା ।

ତେବେ ୭ ମାସ ପୂର୍ବରୁ ବନ୍ଦନା ନିଜ ସ୍ୱାମୀ ଏବଂ ଶାଶୁ ନିଖୋଜ ହୋଇଯାଇଥିବା ନେଇ ନୁନମତି ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ । ପୋଲିସ ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିଥିବା ବେଳେ ପୁଣି ଦ୍ୱିତୀୟ ଥର ସେ ଅଭିଯୋଗ କରିଥିଲେ । ଅମରଜ୍ୟୋତିଙ୍କ ମାମୁଁ ତାଙ୍କ ଶାଶୁଙ୍କ ପାଞ୍ଚୋଟି ଆକାଉଣ୍ଟ ସହ ନିଜ ଆକାଉଣ୍ଟ ଯୋଡି ଦେଇଥିବା ନେଇ ଟଙ୍କା ନେଇଥିବା ନେଇ ସେ ଅଭିଯୋଗ କରିଥିଲେ । ବାରମ୍ବାର ଏଭଳି ଅଭିଯୋଗ ଆଣିବା ସହ ଟଙ୍କାକୁ ନେଇ ଅଭିଯୋଗ କରିବାରୁ ବନ୍ଦନା ଉପରେ ସନ୍ଦେହ କରିଥିଲା ପୋଲିସ । ଏହାପରେ ବନ୍ଦନାକୁ ଫେବୃଆରୀ ମାସରେ ଗିରଫ କରିଥିଲା ପୋଲିସ । ଏହାପରେ ପୋଲିସକୁ ବନ୍ଦନା ଦେଇଥିବା ବୟାନ ଅନୁସାରେ, ନିଜ ସ୍ୱାମୀ ଏବଂ ଶାଶୁକୁ ମାରିବା ପାଇଁ ସେ ସାହାସ କରିପାରିନଥିଲେ । ତେଣୁ ସେ ଅରୁପ ଦାସ ନାମକ ଯୁବକର ସାହାଯ୍ୟ ନେଇଥିଲେ । ଏହାପରେ ତିନିଦିନ ଯାଏଁ ଫ୍ରିଜରେ ରଖିଥିଲେ । ତିନିଦିନ ପରେ ଖଣ୍ଡଖଣ୍ଡ ଶରୀରରୁ ପଲିଥିନରେ ଭର୍ତ୍ତି କରି ପୁରୁଷବନ୍ଧୁ ଧନଜିତଙ୍କ ସହଯୋଗରେ ପାହାଡ ତଳକୁ ଫିଙ୍ଗିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking