27.1 C
Bhubaneswar
Saturday, July 27, 2024
Homeଓଡିଶାକ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି: ଆହୁରି ୩ବର୍ଷ ଯାଏଁ ରାଜ୍ୟର ଚାଷୀଙ୍କୁ ମିଳିବ କାଳିଆ ସହାୟତା

କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି: ଆହୁରି ୩ବର୍ଷ ଯାଏଁ ରାଜ୍ୟର ଚାଷୀଙ୍କୁ ମିଳିବ କାଳିଆ ସହାୟତା

ଭୁବନେଶ୍ବର: ରାଜ୍ୟର ଚାଷୀଭାଇମାନଙ୍କ ପାଇଁ ଖୁସି ଖବର ଆସିଛି। ରାଜ୍ୟ ସରକାର କାଳିଆ ଯୋଜନାରେ ଚାଷୀମାନଙ୍କୁ ସହାୟତା ଆଗାମୀ ୩ ବର୍ଷ ପାଇଁ ବଢ଼ାଇଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଚାଷୀମାନଙ୍କୁ କାଳିଆ ଯୋଜନାରେ ୨୦୨୬-୨୭ ଯାଏଁ ସହାୟତା ରାଶି ମିଳିବ। ଏହି ଯୋଜନା ୩ ବର୍ଷ ବଢ଼ିବା ପରେ ରାଜ୍ୟ ସରକାର ୬୦୨୯.୭୦ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର କାଳିଆ ସହାୟତା ପ୍ରଦାନ କଟକଣାକୁ କୋହଳ ପାଇଁ ନିଷ୍ପତ୍ତି ନେଇଛନ୍ତି।

୨୦୨୬-୨୭ ବର୍ଷ ଯାଏଁ କାଳିଆ ସହାୟତା ଅବଧି ବୃଦ୍ଧି କରାଯାଇଛି। ଏଥିପାଇଁ ୬୦୨୯.୭୦ କୋଟି ଖର୍ଚ୍ଚ ହେବ ବୋଲି ଜଣାପଡିଛି। ପୂର୍ବରୁ ଏହି ସହାୟତା ରାଶି ଏପ୍ରିଲ ୧ ଓ ସେପ୍ଟେମ୍ବର ୧ରେ ମିଳୁଥିବା ବେଳେ ଏଣିକି ରାଜ୍ୟ ସରକାର ଯେକୌଣସି ସମୟରେ ଏହି ସହାୟତା ଅର୍ଥ ପ୍ରଦାନ କରିପାରିବେ। ଏହାଛଡା ଭୂମିହୀନ କୃଷକ ପରିବାରକୁ ଅତିରିକ୍ତ ୨ ହଜାର ଟଙ୍କା ସହାୟତା ମିଳିବ। ଅନ୍ୟପକ୍ଷରେ କ୍ୟାବିନେଟରେ ସେମିକଣ୍ଡକ୍ଟର ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, ଜାତୀୟ ଦକ୍ଷତା ତାଲିମ ପାଇଁ ରାଜ୍ୟ ସରକାର ଜଟଣୀ ମଦନପୁରରେ ୭ ଏକରରୁ ଅଧିକ ଜମି ଯୋଗାଇ ଦେବେ। ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ, ପଞ୍ଚାୟତ ଅଧିକାରୀଙ୍କୁ ପଦୋନ୍ନତି ଦିଆଯିବ। ପଞ୍ଚାୟତରେ କାର୍ଯ୍ୟରତ ପିଇଓ ଓ ଭିଏଲ୍‌ଡବ୍ଲୁଙ୍କୁ ପଦୋନ୍ନତି ଦିଆଯିବ। ଏଥିଲାଗି ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା +୩କୁ ବୃଦ୍ଧି କରାଯାଇଛି। ସେହି ଅଧିକାରୀମାନଙ୍କୁ ପ୍ରତି ୫ ଓ ୮ ବର୍ଷ ପରେ ପଦୋନ୍ନତି ଦିଆଯିବ। ସେହିପରି ନୂଆ-ଓ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ୩୧୫ କୋଟିର ପାଣ୍ଠି ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking