23.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶରୁଷରେ ବେଆଇନ ଭାବରେ ଚାଲିଥିଲା ନର୍ସିଂ ହୋମ୍‌, ଅଗ୍ନିକାଣ୍ଡରେ ୨୨ ମୃତ

ରୁଷରେ ବେଆଇନ ଭାବରେ ଚାଲିଥିଲା ନର୍ସିଂ ହୋମ୍‌, ଅଗ୍ନିକାଣ୍ଡରେ ୨୨ ମୃତ

ମସ୍କୋ : ଋଷର ସାଇବେରିଆ ସହର କେମେରୋଭୋରେ ଏକ ପ୍ରାଇଭେଟ୍ ନର୍ସିଂ ହୋମ୍‌ରେ ଅଗ୍ନିକାଣ୍ଡ କାରଣରୁ ୨୨ ଜଣଙ୍କର ମୃତ୍ୟୁ । ଘଟଣାଟି ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ବେଳେ ଶନିବାର ଏନେଇ ଜଣାପଡିଛି । ନ୍ୟୁଜ ଏଜେନ୍ସି ‘ଆରଆଇଏ ନୋଭୋଷ୍ଟି’ ଓ ଅଗ୍ନି ନିରାପତ୍ତା ବାହିନୀର ଅଧିକାରୀଙ୍କ କହିବା ଅନୁସାରେ, ଅଗ୍ନିକାଣ୍ଡରେ ବିଲ୍ଡିଂର ପୁରା ଦ୍ୱିତୀୟ ମହଲା ଜଳି ଯାଇଛି । ଏହି ନର୍ସିଂ ହୋମ୍ ବେଆଇନ ଭାବରେ ଚାଲିଥିବା ବେଳେ ତା ଭିତରେ ବୟସ୍କ ଲୋକଙ୍କୁ ରଖାଯାଇଥିଲା । ତଦନ୍ତକାରୀ ଏଜେନ୍ସି ଟେଲିଗ୍ରାମ୍କୁ ଦେଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କର ମୃତ୍ୟୁ ହୋଇସାରିଛି । ସେଭଳି ୬ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ରହିଛନ୍ତି । ନିଆଁ କିପରି ଲାଗିଲା ତାହା ଯଦିଓ ସ୍ପଷ୍ଟ ହୋଇପାରନି । ତେବେ କୁହାଯାଉଛି ଯେ, ଘରକୁ ଗରମ ରଖିବାକୁ ହିଟିଂ ଷ୍ଟୋଭ ବ୍ୟବହାର କରାଯାଇଥିବା ବେଳେ ଏଭଳି ଅଘଟଣ ଘଟିଥାଇ ପାରେ । ରୁଷରେ ଏଭଳି ଅନେକ ଅଣ ପଞ୍ଜିକୃତ ନର୍ସିଂ ହୋମ୍ ପରିଚାଳିତ ହେଉଛି, ଯେଉଁଠି ବୃଦ୍ଧ-ବୃଦ୍ଧାଙ୍କୁ ରଖାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking