ମୁନିଗୁଡ଼ା :ଲୋକଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସାକୁ ନେଇ ଆକ୍ସନ ମୋଡ଼ରେ ଜିଲ୍ଲା ପ୍ରଶାସନ। କାଶୀପୁର ପରେ ଆଜି ମୁନିଗୁଡ଼ାରେ ଏକ ବେଆଇନ କ୍ଲିନିକ ସିଲ କରିଛି ପ୍ରଶାସନ। ରାୟଗଡା ଜିଲ୍ଲା ମୁନିଗୁଡା ପୁରୁଣା ବସ ଷ୍ଟାଣ୍ଡ ନିକଟରେ ବେଆଇନ ଭାବେ ଚାଲିଥିବା ଏକ ଘରୋଇ କ୍ଲିନିକକୁ ସିଲ କରିଛି ପ୍ରଶାସନ। ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡା ତହସିଲଦାର, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ଥାନାଧିକାରୀ ମିଳିତ ଭାବେ କ୍ଲିନିକ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଡିଗ୍ରୀ ନଥାଇ ବେଆଇନ ଭାବେ କ୍ଲିନିକରେ ଡାକ୍ତର ଏସ ବିଶ୍ୱାସ ବୋଲି ଚିକିତ୍ସା କରୁଥିବା କ୍ଲିନିକକୁ ସିଲ କରିବା ସହ ଡାକ୍ତର ବୋଲାଉଥିବା ସୁବ୍ରତ ବିଶ୍ବାସକୁ ଥାନାରେ ଅଟକ ରଖାଯାଇଛି।