29.1 C
Bhubaneswar
Thursday, July 10, 2025
Homeଓଡିଶାଆଇଆଇଏମ୍‌-କୋଲ୍ ଇଣ୍ଡିଆ ଏମଓୟୁ ସ୍ୱାକ୍ଷରିତ; ମିଶନ ‘ଗତି ଶକ୍ତି’କୁ ତ୍ୱରାନ୍ୱିତ କରିବା ମୂଳ ଉଦ୍ଦେଶ୍ୟ

ଆଇଆଇଏମ୍‌-କୋଲ୍ ଇଣ୍ଡିଆ ଏମଓୟୁ ସ୍ୱାକ୍ଷରିତ; ମିଶନ ‘ଗତି ଶକ୍ତି’କୁ ତ୍ୱରାନ୍ୱିତ କରିବା ମୂଳ ଉଦ୍ଦେଶ୍ୟ

ସମ୍ବଲପୁର: କେନ୍ଦ୍ର ଶିକ୍ଷା, ଉଦ୍ୟମିତା ତଥା କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶୁକ୍ରବାର କୋଲ୍ ଇଣ୍ଡିଆ ଲିମିଟେଡ୍‌, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ), ମୁମ୍ବାଇ ଏବଂ ସମ୍ବଲପୁର ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଯାଇଛି । କୋଇଲା ପରିବହନ କ୍ଷେତ୍ରରେ ପିଏମ୍ ଗତି ଶକ୍ତି ନ୍ୟାସନାଲ ମାଷ୍ଟରପ୍ଲାନ୍ ୨୦୨୧ ସହ ମଲ୍ଟିମୋଡାଲ କନେକ୍ଟିଭିଟି ଭିତ୍ତିଭୂମିରେ ଏହି ଏମ୍‌ଓୟୁକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଦୁଇ ଆଇଆଇଏମ୍ ଏବଂ କୋଲ୍ ଇଣ୍ଡିଆ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣାଜନିତ ସହଭାଗିତା ମାଧ୍ୟମରେ ଉଭୟ ପ୍ରତିଷ୍ଠାନ ଶିଳ୍ପ ଦକ୍ଷତା ଏବଂ ଶିକ୍ଷାକ୍ଷେତ୍ରରେ ଉତ୍କର୍ଷତାକୁ ଏକତ୍ରିତ କରିବ । ଏହା ଲଜିଷ୍ଟିକ୍ ଦକ୍ଷତାରେ ଏକ ପରିବର୍ତ୍ତନଶୀଳ ଅର୍ଥନୈତିକ ଅଭିବୃଦ୍ଧି ଏବଂ ପରିବେଶ ସ୍ଥିରତା ଦିଗରେ ମଧ୍ୟ ସହାୟକ ହେବ ବୋଲି ମତବ୍ୟକ୍ତ କରାଯାଇଛି ।କୋଲ୍ ଇଣ୍ଡିଆ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ପ୍ରତିନିଧିତ୍ୱ କରୁଥିବା କେଶବ ରାଓ (ଏମ୍‌ସିଏଲ ନିର୍ଦ୍ଦେଶକ, ପର୍ସନାଲ), ଆଇଆଇଏମ୍ ମୁମ୍ବାଇର ନିର୍ଦ୍ଦେଶକ ପ୍ରଫେସର ମନୋଜ କେ ତିୱାରୀ ଏବଂ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ମହାଦେଓ ଜୈସୱାଲ୍‌ଙ୍କ ମଧ୍ୟରେ ଏହି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିଲା ଏବଂ ପରସ୍ପରକୁ ଏହା ପ୍ରଦାନ ମଧ୍ୟ କରିଥିଲେ । ଏହି ଅବସରରେ କୋଲ୍ ଇଣ୍ଡିଆ ଲିମିଟେଡ୍ ଅଧ୍ୟକ୍ଷ ପିଏମ୍ ପ୍ରସାଦ, ଏମ୍‌ସିଏଲ ସିଏମ୍‌ଡି ଉଦୟ ଅନନ୍ତ କାଓଲେ, ନିର୍ଦ୍ଦେଶକ (ପର୍ସନାଲ) ପ୍ରମୁଖ ଉପସ୍ଥିତ ଥିଲେ । ଏହି ପଦକ୍ଷେପ ଅନ୍ତର୍ଗତ କୋଲ୍ ଇଣ୍ଡିଆ, ଏମ୍‌ସିଏଲ ତଥା ଅନ୍ୟ ସହାୟକ କମ୍ପାନୀରେ କାର୍ଯ୍ୟରତ କର୍ମକର୍ତ୍ତାଙ୍କ ପାଇଁ ଲଜିଷ୍ଟିକ୍ସ ଏବଂ ଅପରେସନ ଏକ୍ସିଲେନ୍ସ ମାଧ୍ୟମରେ ଡିଜିଟାଇଜେସନ୍ କ୍ଷେତ୍ରରେ ଏକ ୧ ବର୍ଷ ଅବଧି ବିଶିଷ୍ଟ ପିଜିପି-ଏକ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ନିଜ ଭାଷଣ ରଖି କୋଲ୍ ଇଣ୍ଡିଆ ଲିମିଟେଡ୍ ଅଧ୍ୟକ୍ଷ ପିଏମ୍ ପ୍ରସାଦ ଆଇଆଇଏମ୍ ଏବଂ ଏମସିଏଲ୍ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking