27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମମତାଙ୍କୁ ବଦନାମ କଲେ ଆମେ ମାଡ ମାରିବୁ: ଟିଏମସି ବିଧାୟକ

ମମତାଙ୍କୁ ବଦନାମ କଲେ ଆମେ ମାଡ ମାରିବୁ: ଟିଏମସି ବିଧାୟକ

କୋଲକାତା: ଆମର ନେତ୍ରୀ ମମତା ବାନାର୍ଜୀଙ୍କୁ ବଦନାମ କଲେ ଆମେ ମାଡ ମାରିବୁ । ପଶ୍ଚିମବଙ୍ଗରେ ଦୁର୍ନୀତି ପ୍ରସଙ୍ଗରେ ବିଜେପି ଲଗାତାର ଟିଏମସି(ତୃଣମୂଳ କଂଗ୍ରେସ) ନେତାଙ୍କ ଉପରେ ଆକ୍ରମଣ କରୁଛି। ଅନ୍ୟପକ୍ଷରେ ଟିଏମସି ନେତାମାନେ ଦଳର ସୁପ୍ରିମୋ ମମତା ବାନାର୍ଜୀ ଏବଂ ତାଙ୍କ ଉତ୍ତରାଧିକାରୀ ଅଭିଷେକ ବାନାର୍ଜୀଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ଟିଏମସି ବିଧାୟକ ଅସିତ ମଜୁମଦାର କହିଛନ୍ତି ଯେ ଯଦି ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କୁ ବଦନାମ କରିବାକୁ କେହି ଚେଷ୍ଟା କରନ୍ତି ତେବେ ତାଙ୍କୁ ମାଡ ଦିଆଯିବ। ଏକ ରାଜନୈତିକ ସମାବେଶକୁ ସମ୍ବୋଧିତ କରିବାବେଳେ ହୁଗଲି ଜିଲ୍ଲାର ଚିନସୁରା ବିଧାୟକ ଏହି ସୂଚନା ଦେଇଛନ୍ତି। କିଛି ଏଭଳି ପ୍ରତିକ୍ରିୟା ଦେଇ ଅସିତ ବିଜେପି ସହ କେନ୍ଦ୍ରୀୟ ଏଜେନ୍ସିଙ୍କୁ ଧମକ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking