ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇ କହିଛନ୍ତି, ପୂର୍ବରୁ ସାର୍ସକୋଭ ଭୂତାଣୁର ଇନକୁବେସନ ପିରିୟଡ ୧୦ ଦିନ ରହୁଥିଲା । ଅର୍ଥାତ ଜଣେ ସଂକ୍ରମିତ ୧୦ ଦିନ ପର୍ଯ୍ୟନ୍ତ ଅନ୍ୟକୁ ସଂକ୍ରମିତ କରିପାରୁଥିଲେ । ସମୟକ୍ରମେ ଭୂତାଣୁର ଇନକୁବେସନ ପିରିୟଡ କିମ ୫/୬ ଦିନ ରହୁଛି । ତେଣୁ ଆକ୍ରାନ୍ତ ୭ ଦିନ କାଳ ହୋମ ଆଇସୋଲେସନରେ ରହିପାରିବେ । ୭ ଦିନ ମଧ୍ୟରେ ଲଗାତର ୩ ଦିନ ଜ୍ୱର ନ ଆସିଲେ, ସରିବ ଆଇସୋଲେସନ । ୭ ଦିନ ଆଇସୋଲେସନ ପରେ ରୋଗୀ ୭ ଦିନ ନିଜ ହେପାଜତରେ ରହିବେ । ଯଦି ଷଷ୍ଠ ବା ସପ୍ତମ ଦିନ ଜ୍ୱର ଆସେ । ତେବେ ଡାକ୍ତରଙ୍କ ପରାମର୍ଶ କରିବେ । ସଂକ୍ରମଣ ଥିଲେ ହୋମ ଆଇସୋଲେସନ ଅବଧି ବୃଦ୍ଧି କରାଯିବ ।