30.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶସୁରାଣା ଜୁଏଲର୍ସ ଉପରେ ଚଢ଼ାଉ; ୨୬ କୋଟିର କ୍ୟାସ୍ ସହ ୧୦୦ କୋଟି ମୂଲ୍ୟର ବେଆଇନ୍...

ସୁରାଣା ଜୁଏଲର୍ସ ଉପରେ ଚଢ଼ାଉ; ୨୬ କୋଟିର କ୍ୟାସ୍ ସହ ୧୦୦ କୋଟି ମୂଲ୍ୟର ବେଆଇନ୍ ସମ୍ପତ୍ତି କାଗଜପତ୍ର ଜବତ

ମୁମ୍ବାଇ: ମହାରାଷ୍ଟ୍ରର ନାସିକ୍ ସହର ଅଞ୍ଚଳରେ ଥିବା ବହୁ ପ୍ରତିଷ୍ଠିତ ସୁରାଣା ଜୁଏଲର୍ସ ଉପରେ ଆୟକର ବିଭାଗ ପକ୍ଷରୁ ରବିବାର ଦିନ ଅତର୍କିତ ଭାବେ ଚଢ଼ଉ କରାଯାଇଛି । ତେବେ ଚଢ଼ାଉ ବେଳେ ଆୟକର ବିଭାଗର ଅଧିକାରୀମାନେ ନଗଦ ୨୬ କୋଟି ଟଙ୍କା ସାଙ୍ଗକୁ ପ୍ରାୟ ୧୦୦ କୋଟି ଟଙ୍କା ମୂଲ୍ୟର ବେଆଇନ୍ ସମ୍ପତ୍ତିର କାଗଜପତ୍ରକୁ ଜବତ କରିଥିବା ସୂଚନା ମିଳିଛି । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ରିପୋର୍ଟ ଅନୁସାରେ ଆୟକର ବିଭାଗ ନାସିକର କାନାଡା କର୍ଣ୍ଣର ସ୍ଥିତ ସୁରାଣା ଜୁଏଲର୍ସ ଉପରେ ଆଜି ସକାଳୁ ଚଢ଼ାଉ କରିଛି । ସୁରାଣା ଜୁଏଲର୍ସ ମାଲିକଙ୍କ ପାଖରେ ଅଘୋଷିତ ଅର୍ଥ ଓ ବେନାମି ସମ୍ପତ୍ତି ଠୁଳ ଥିବା ସମ୍ପର୍କରେ ସୂଚନା ମିଳିବା ପରେ ଆୟକର ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଆଜି ଚଢ଼ଉ କରାଯାଇଥିଲା । ଚଢ଼ଉ ପ୍ରକ୍ରିୟାରେ ସୁରାଣା ଜୁଏଲର୍ସ ମାଲିକଙ୍କ ଘର, ବିଭିନ୍ନ ସ୍ଥାନରେ ଥିବା ଜୁଏଲର୍ସ ଷ୍ଟୋର ଓ ତାଙ୍କର ନିର୍ମାଣ କମ୍ପାନୀ ମହାଲକ୍ଷ୍ମୀ ବିଲ୍ଡର୍ସ ଉପରେ ମଧ୍ୟ ଏକକାଳୀନ ଚଢଉ କରାଯାଇଥିଲା । ଏହି ଚଢ଼ାଉ ପାଇଁ ଆୟକର ବିଭାଗ ଦ୍ୱାରା ବିଭିନ୍ନ ଟିମ୍ ଗଠନ କରାଯାଇଥିଲା । ରେଡ୍ ବେଳେ ଜୁଏଲର୍ସ ମାଳିକଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଘରଗୁଡିକର ମଧ୍ୟ ତଲାସି କରାଯାଇଥିଲା । ସୁରାଣା ଜୁଏଲର୍ସ ମାଲିକଙ୍କ ପାଖରେ ଏତେ ଟଙ୍କାର ସମ୍ପତ୍ତି କେଉଁଠୁ ଆସିଲା ସେନେଇ ଆୟକର ବିଭାଗ ଯାଞ୍ଚ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking