30.1 C
Bhubaneswar
Saturday, May 4, 2024
Homeଖେଳଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌: କ୍ୟାରିୟର୍ ଶ୍ରେଷ୍ଠ ସ୍ଥାନରେ ହାର୍ଦ୍ଦିକ

ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌: କ୍ୟାରିୟର୍ ଶ୍ରେଷ୍ଠ ସ୍ଥାନରେ ହାର୍ଦ୍ଦିକ

ଦୁବାଇ: ଭାରତର ପ୍ରମୁଖ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ବୁଧବାର ତାଙ୍କ ଟି-୨୦ କ୍ୟାରିୟର୍‌ରେ ଶ୍ରେଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ବୁଧବାର ଆଇସିସି ପକ୍ଷରୁ ସଦ୍ୟ ଘୋଷିତ ଟି-୨୦ ର‌୍ୟାଙ୍କିଙ୍ଗ୍‌ରେ ସେ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । ନିକଟରେ ଚଳିତ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାରିତା ଦେଖାଇ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ତାଙ୍କ ର‌୍ୟାଙ୍କିଙ୍ଗ୍‌ରେ ଏହାର ପ୍ରଭାବ ଅନୁଭୂତ ହୋଇଛି । ସେ ଅଲ୍‌ରାଉଣ୍ଡର୍ ତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । ଆଗାମୀ ସପ୍ତାହରେ ଏସିଆ କପ୍‌ରେ ହାର୍ଦ୍ଦିକ ଆହୁରି ଭଲ ପ୍ରଦର୍ଶନ କରି ର‌୍ୟାଙ୍କିଙ୍ଗ୍‌ରେ ଅଧିକ ଉନ୍ନତି କରିବାର ଆଶା ରହିଛି ।

ଅଲ୍‌ରାଉଣ୍ଡର୍ ସୂଚୀରେ ହାର୍ଦ୍ଦିକ ରଶିଦ୍ ଖାନ୍‌, ମହମ୍ମଦ ନବୀ, ସାକିବ୍ ଅଲ୍ ହସନ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ପରେ ରହିଛନ୍ତି । ରଶିଦ୍‌ଙ୍କ ଦଳୀୟ ସାଥୀ ମୁଜିବ୍ ଉର୍ ରହମାନ୍ ଶୀର୍ଷ ୧୦ରେ ପ୍ରବେଶ କରି ୬୬୦ ର‌୍ୟାଙ୍କିଙ୍ଗ୍ ପଏଣ୍ଟ୍ ସହ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୪ଟି ୱିକେଟ୍ ନେଇଥିବା ଭାରତୀୟ ପେସର୍ ଭୁବନେଶ୍ୱର କୁମାର ଅଷ୍ଟମ ସ୍ଥାନରେ ରହିଛନ୍ତି । ବ୍ୟାଟ୍ସମ୍ୟାନ୍ ତାଲିକାର ଶୀର୍ଷ ୧୦ରେ କୌଣସି ନୂଆ ଖେଳାଳି ପ୍ରବେଶ କରି ନ ଥିବା ବେଳେ ୭୯୬ ପଏଣ୍ଟ୍ ସହ ମହମ୍ମଦ ରିଜୱାନ୍ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଶୀର୍ଷରେ ତାଙ୍କ ଦଳର ଅଧିନାୟକ ବାବର୍ ଆଜମ୍ ରହିଛନ୍ତି । ଆଫଗାନିସ୍ତାନର ହଜରତୁଲ୍ଲା ଜାଜାଇ ଚଳିତ ଏସିଆ କପ୍‌ରେ ୨୩ ଓ ୩୭ ରନ୍‌ର ଇନିଂସ ମାଧ୍ୟମରେ ୩ଟି ସ୍ଥାନରେ ଉନ୍ନତି ଘଟାଇ ଚତୁର୍ଦ୍ଦଶ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କ ଦଳୀୟ ସାଥୀ ରହମନୁଲ୍ଲା ଗୁରବାଜ୍ ୫ଟି ସ୍ଥାନ ଉପରକୁ ଉଠି ୨୯ରେ ପହଞ୍ଚିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking