ଭୁବନେଶ୍ୱର : ପିସିସି ସଭାପତିଙ୍କ ନୋଟିସକୁ ନେଇ ସୁର ରାଉତରାୟଙ୍କ ପ୍ରତିକ୍ରିୟା । କାରଣ ଦର୍ଶାଅ ନୋଟିସ୍କୁ ନେଇ ବିଧାୟକ ଶ୍ରୀ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୁଁ କାରଣ ଦର୍ଶାଅ ନୋଟିସ୍ ପାଇଛି । ନିଶ୍ଚିତ ତା’ର ଉତ୍ତର ଦେବି । ସେମିତି କିଛି ବିରାଟ ଭୁଲ୍ କରିନି ଯେ ମୁଁ ଉତ୍ତର ଦେବିନି । ମୁଁ ଯାହା କହିଛି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜେ ସେହି କଥା କହିଥିଲେ । ଜୟଦେବ ଜେନା ବି କହିଥିଲେ । ଆଉ ମୁଁ କହିଦେଲି ଯେ କ’ଣ ଭାସିଗଲା । ଯଦି ସେମାନେ କ୍ଷମା ନ ମାଗିବେ, ତା’ହେଲେ ମୁଁ କାହିଁକି ମାଗିବି । ନିରଞ୍ଜନ ପଟ୍ଟନାୟକ ଆଗେ କ୍ଷମା ମାଗନ୍ତୁ । ଜୟଦେବ ଜେନା କ୍ଷମା ମାଗନ୍ତୁ । ତା’ହେଲେ ମୁଁ କ୍ଷମା ମାଗିବି । କହୁ କହୁ କହିଦେଲି, ଗୋଟେ ସ୍ଲିପ୍ କରି ଗଲା । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଏହାର ନେତା । ଆମକୁ କେହି ପରିବର୍ତ୍ତନ କରିପାରିବେନି । ଆକ୍ରୋଶମୂଳକ ଭାବେ ଏଭଳି ନୋଟିସ କରାଯାଇଛି କହିଲେ ସୁର ।