33.1 C
Bhubaneswar
Tuesday, April 22, 2025
Homeଓଡିଶା୪ଟା ଯାଏଁ ଗୃହ ମୁଲତବି

୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ଅପରାହ୍ମ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଗୃହ ମଧ୍ୟଭାଗକୁ ଆସି ବିରୋଧୀ ଦଳ ହଙ୍ଗାମା କରିଥିଲେ । ପ୍ରବଳ ହଟ୍ଟଗୋଳ ଭିତରେ ପୁଣି ଗୃହ ମୁଲତବି  ରଖାଯାଇଛି । ବିଧାନସଭା ବଜେଟର ଆଜି ଦ୍ୱିତୀୟ ଅଧିବେଶନ ।  ପ୍ରଶ୍ନକାଳର ଆରମ୍ଭରୁ ହିଁ  ବିଜୁଜନତା ଦଳ ଏବଂ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ । ବିଜେଡି , କଂଗ୍ରସର ପାଡିୟମ ତଳେ ନାରାବାଜି ଓ ପ୍ରତିବାଦ କରିଥିଲେ ।   ା ଯାହାଫଳରେ ଗୃହ କାଯ୍ୟ ସୁରୁଖୁରୁରେ ଚାଲିନଥିଲା । ଏନେଇ ମଧ୍ୟାହ୍ନ ୧୨ଟା ପଯ୍ୟନ୍ତ ଗୃହକୁ ମୁଲତବି କରିଥିଲେବାଚସ୍ପତି ସୁରମା ପାଢୀ ।   ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।    ରାଜ୍ୟରେ ଆଇନ ଶୃଙ୍ଖଳା ଉପରେ ସମସ୍ୟା ଥିବା କଂଗ୍ରେସ କହିଥିବା ବେଳେ ବିଜେଡି ଚାଷୀମାନଙ୍କ ସମସ୍ୟାକୁ ନେଇ ବିରୋଧ କରିଥିଲେ । ସେହିପରି ପ୍ରଶ୍ନକାଳରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଦକ୍ଷତା ଓ ବୈଷୟିକ ଶିକ୍ଷା, ଏସସି-ଏସଟି ଏବଂ କ୍ରୀଡ଼ା ସମ୍ପର୍କରେ ଆଲୋଚନା  ହୋଇଥାନ୍ତା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking