25.8 C
Bhubaneswar
Saturday, July 27, 2024
Homeଓଡିଶାଦେଶବ୍ୟାପି ଶିଳ୍ପ ଧର୍ମଘଟ ରେ ସାମିଲ ହେଲା କଳିଙ୍ଗନଗର ର ଆଇ.ଏନ.ଟି.ୟୁ.ସି. ରାସ୍ତା ରେ ପ୍ରତିବାଦ 

ଦେଶବ୍ୟାପି ଶିଳ୍ପ ଧର୍ମଘଟ ରେ ସାମିଲ ହେଲା କଳିଙ୍ଗନଗର ର ଆଇ.ଏନ.ଟି.ୟୁ.ସି. ରାସ୍ତା ରେ ପ୍ରତିବାଦ 

ଯାଜପୁର : ଦେଶ ବ୍ୟାପି ଶିଳ୍ପ ଭିର୍ତ୍ତିକ ଧର୍ମଘଟ ଓ ଗ୍ରାମୀଣ ଭାରତ ବନ୍ଦ ପରିପ୍ରେକ୍ଷୀରେ ଯାଜପୁର ଜିଲା ର ବିଭନ୍ନ ଅଞ୍ଚଳ ରେ କେନ୍ଦ୍ର ସରକାରଙ୍କ ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ଆଇନ କୁ ବିରୋଧ କରାଯାଇଛି କଳିଙ୍ଗ ନଗର ଶିଳ୍ପ l ଯାଜପୁର ରୋଡ଼ ପାଣିକୋଇଲି ମାନଗୋବିନ୍ଦପୁର ରେଲୱେ ପ୍ଲଟ ଠାରୁ ସୁକିନ୍ଦା ରୋଡ ଶ୍ରମିକ ସଂଘ ସହବନ୍ଦିତ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ସଭାପତି ବିଦ୍ୟାଧର ମହାନ୍ତି ସଂପାଦକ ଅଭିମନ୍ୟୁ ପାତ୍ର ଓ ଲଷ୍ମୀଧର ପାତ୍ର ଙ୍କ ନେତୃତ୍ୱ ରେ ଏକ ବର୍ଣ୍ଣଡ଼ ପଟୁଆର ବାହାରି ମାନପୁର ଓଭରବ୍ରିଜ ଠାରେ ରାସ୍ତା ଉପରେ ଶତାଧିକ ଶ୍ରମିକ ଏକତ୍ରିତ ହୋଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ଅଧକ୍ଷତା କରିଥିଲେ l ଆଇ. ଏନ. ଟି. ୟୁ. ସି. ନେତା ନାରାୟଣ ଚନ୍ଦ୍ର ନାୟକ ଲଷ୍ମୀଧର ପାତ୍ର ମୂନେଶ୍ୱର ନାୟକ ଅଭିମନ୍ୟୁ ପାତ୍ର ଶୀଧେଶ୍ୱର ମୁଣ୍ଡା ମଙ୍ଗୁଳି ନାୟକ ପ୍ରମୁଖ କେନ୍ଦ୍ରଓ ସରକାର ଙ୍କ ଶ୍ରମିକ ବିରୋଧୀ ନୀତି କୁ ଦୃଢ ସମାଲୋଚନା କରିବା ସହ ସମସ୍ତ ଅଣସଂଗଠିତ ଶ୍ରମିକ ମାନଙ୍କୁ ସାମାଜିକ ସୁରେକ୍ଷାଦେବା, ସର୍ବନିମ୍ନ ୬OO ଟଙ୍କା ମଜୁରୀ ସମସ୍ତ କୁ ପି. ଏଫ. ଓ ଇ. ଏସ l ଆଇ ସୁବିଧା ଦେବା ସହିତ ୧୨ ଘଣ୍ଟିଆ କାର୍ଯ୍ୟ, ୪ଗୋଟି ଶ୍ରମକୋଡ଼ ପ୍ରତ୍ୟାହୁତ କରିବା ସହିତ ସ୍ଥାନୀୟ ଶ୍ରମିକ ମାନଙ୍କୁ କଳିଙ୍ଗନଗରଶିଳ୍ପାଚଳ ରେ ନିଯୁକ୍ତି ଦେବାକୁ ଦାବି କରିଥିଲ l କିଛି ସମୟ ପାଇଁ ମୁଖ୍ୟ ରାସ୍ତାରେ ଗାଡିଗୁଡିକ ରହିବାଦ୍ୱାରା ପୋଲିସ ହସ୍ତକ୍ଷପ କରିଥିଲା l ଏହାପରି ରାସ୍ତାରେ ଗାଡି ସ୍ୱାଭାବିକ ଚଳାଚଳ କରିଥିଲା. ଯାଜପୁର ରୋଡ ହରତାଳ ରେ ଦଳା ଛକ ରାସ୍ତା ଅବରୋଧ ଦେଇ ସ୍ଥାନୀୟ ଦଳା ଛକ ଠାରେ ଏକ ପ୍ରତିବାଦ ସଭା ଆଇ. ଏନ. ଟି. ୟୁ. ସି. ରାଜ୍ୟ ଉପସଭାପତି ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ସି. ଆଇ. ଟି. ୟୁ. ରାଜ୍ୟ ଉପସଭାପତି ପ୍ରଫୁଲ୍ଲ ନାୟକ ଓ ଶ୍ରମିକ ନେତା ନୃସିଂହଚରଣ ପହି ନିରଞ୍ଜନ ପରିଡା, ନାରାୟଣଚନ୍ଦ୍ର ନାୟକ ବରିଷ୍ଟ କଂଗ୍ରେସ ନେତା ପଦ୍ମନାଭ ସ୍ୱାଇଁ, କେ କେ ସି. ନେତା ମହିନ୍ଦ୍ର କୁମାର ମହାପାତ୍ର ପରୀକ୍ଷିତ ମଳିକ ସତ୍ୟାନନ୍ଦ କାଣ୍ଡି ଓ ସି ପି. ଏମ. ରେ ଦିଲୀପ କୁମାର ଦାସ ତ୍ରିଲୋଚନ ରାଉତ ସନ୍ତୋଷ କୁମାର ବରାଳ ପ୍ରମୁଖ ଏହି ସଭାରେ କେନ୍ଦ୍ର ସରକାର ଙ୍କର ଶ୍ରମିକ କୃଷକ ବିରୋଧୀ ପଦକ୍ଷପ ବିଶେଷକରି ରାଷ୍ଟ୍ରାୟତ ଶିଳ୍ପ ଗୁଡିକୁ ଶାଗ ମାଛ ଦରରେ ବିକିବା, ଦରଦାମ ବୃଦ୍ଧି l ରେଳ, ବ୍ୟାଙ୍କ ବୀମା ରେ ଘରୋଇ କମ୍ପାନୀ ପ୍ରବେଶ କୁ ଦୃଢ ସମାଲୋଚନା କରିଥିଲେ l ଏହା ପରେ ଦଳାଜାତୀୟ ରାଜ ପଥ ରେ ଶତାଧିକ ଶ୍ରମିକ ରାସ୍ତା ଅବରୋଧ କରିବା ପରେ ପୋଲିସ ହସ୍ତ କ୍ଷପ ଦ୍ୱାରା ଯାତାୟାତ ଶୋଭାବିକ ହୋଇଥିଲା ପରେ ମିଳିତ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ବି. ଜେ. ପି ଓ ବି ଜେ ଡି ସରକାର ବିରୋଧ ରେ ବିଭିନ୍ନ ସ୍ଲୋଗାନ ଦେଇ ଗୋପବଂଧୁ ଛକ ଠାରେ ସଭା ଅନୁଷ୍ଠିତ ହୋଇଥିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking