29.1 C
Bhubaneswar
Sunday, May 19, 2024
Homeଓଡିଶାଆମ ଘର ଭିତରେ ତୃତୀୟ ଲୋକ କିଏ ଅଛି, ମୁଁ ଜାଣିନାହିଁ-ହ୍ୟୁମାନ

ଆମ ଘର ଭିତରେ ତୃତୀୟ ଲୋକ କିଏ ଅଛି, ମୁଁ ଜାଣିନାହିଁ-ହ୍ୟୁମାନ

କଟକ : ଶ୍ରୀୟା ମିଶ୍ର ପ୍ରେସ୍‌ମିଟ୍ ପରେ ଗଣମାଧ୍ୟମ ସାମ୍ନାକୁ ଆସିଲେ ହ୍ୟୁମାନ ସାଗର । ଆମ ଘର ଭିତରେ ତୃତୀୟ ଲୋକ କିଏ ଅଛି , ମୁଁ ଜାଣିନାହିଁ ବୋଲି ହ୍ୟୁମାନ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଁ ଚାହୁଁଛି ଆପୋଷ ସମାଧାନ ହୋଇଯାଉ । ଶ୍ରୀୟା ସାମ୍ବାଦିକ ସମ୍ମିଳନୀ କରି ପୁଣି କଥା କହିବା ବହୁତ କଷ୍ଟ ଦେଉଛି। ମୁଁ ଆସନ୍ତାକାଲି ମହିଳା ଥାନାରେ ପହଞ୍ଚିବି । ଶ୍ରୀୟ ମଦ ପିଅନ୍ତି । ଯାହା ମୋ ମାଙ୍କୁ କଷ୍ଟ ଦେଇଥିବାରୁ, ସେ ପ୍ରତିବାଦ କରିଥିଲେ । ଆମ ଘର ଭିତରେ ତୃତୀୟ ଲୋକ କିଏ ଅଛି, ମୁଁ ଯାଣି ନାହିଁ ।

ସୂଚନାଯୋଗ୍ୟ ଯେ, ପୁରୀରେ ଶ୍ରୀୟା ମିଶ୍ର ପ୍ରେସମିଟ୍ ଜରିଆରେ ହ୍ୟୁମାନ ସାଗର ଓ ତାଙ୍କ ପରିବାର ଉପରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଥିଲେ । ମୋତେ ମେଣ୍ଟାଲି ଓ ଫିଜିକାଲି ଟଚର୍ କରିଛନ୍ତି । ମାଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଝିଅ ଜନ୍ମ ପରେ ନିର‌୍ୟାତନା ଦିଆଯାଉଥିଲା। ଏହା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ରହୁଥିଲା। ସହିବାର ଗୋଟେ ସୀମା ଅଛି। ଯେତେବେଳେ ଅତ୍ୟଧିକ ନିର‌୍ୟାତନା ହେଲା, ମୁଁ ଥାନାର ଦ୍ବାରସ୍ଥ ହେଲି।

ହ୍ୟୁମାନ ଯେତେବେଳେ ମଦ୍ୟପାନ କରନ୍ତି । ମୁଁ ତାକୁ ବାରଣ କରୁଥିବାରୁ ସେ ମୋତେ ମାଡ଼ ମାରନ୍ତି। ମୋତେ ସିନ୍ଦୂର, ଟିକିଲି ଲଗାଇବା ପାଇଁ ବାରଣ କରାଯାଇଥିଲା । ତାଙ୍କ ଧର୍ମରେ ଏହା ନଥିବାରୁ ମତେ ବାରଣ କରାଯାଇଥିଲା। କିନ୍ତୁ ଏହାକୁ ନେଇ ଶାଶୁ ନିର‌୍ୟାତନା ଦେଉନଥିଲେ। କେବଳ ହ୍ୟୁମାନ ସାଗର ମୋତେ ଶାରୀରିକ ନିର‌୍ୟ୍ୟାତନା ଦେଉଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking