25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶଘରେ ମୁଁ ଅଲଗା ମଣିଷ: ରଣବୀର କପୁର୍‌

ଘରେ ମୁଁ ଅଲଗା ମଣିଷ: ରଣବୀର କପୁର୍‌

ମୁମ୍ବାଇ : ବଲିଉଡ୍‌ ରକ୍‌ଷ୍ଟାର୍‌ ରଣବୀର କପୁର୍‌ ତାଙ୍କ ଆଗାମୀ ନୂଆ ସିନେମା ‘ଆନିମଲ୍‌’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ଏହି ସିନେମାରେ ମୁଖ୍ୟ ଆକର୍ଷଣ ସାଜିବ ରଣବୀରଙ୍କ ଲୁକ୍। ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କର ଏହି ନୂଆ ଭୟାନକ ରୂପକୁ ଦେଖୀବା ପାଇଁ ଚାହିଁ ବସିଛନ୍ତି। ନିକଟରେ ଏହି ସିନେମାର ଟ୍ରେଲର ମଧ୍ୟ ସାମ୍ନାକୁ ଆସିଥିଲା। ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି। ତେବେ ସିନେମାର ଟ୍ରେଲର ଲଞ୍ଚ୍‌ ସମୟରେ ରଣବୀର ସିନେମାକୁ ନେଇ ଅନେକ କିଛି କଥାର ଖୁଲାସା କରିଛନ୍ତି। ତା’ସହ ଅଭିନେତ୍ରୀ ପତ୍ନୀ ଆଲିଆଙ୍କୁ ନେଇ ମଧ୍ୟ କିଛି କଥା କହିଛନ୍ତି, ଯାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ସିନେମା ସୁଟିଂ ଶେଷ କରି ଯେତେବେଳେ ସେ ଘରକୁ ଫେରୁଥିଲେ, ତାଙ୍କୁ ଖୁବ୍ ଶାନ୍ତି ମିଳୁଥିଲା।

ସେହିପରି ଘରେ ସେ ସମ୍ପୂର୍ଣ୍ଣ ଅଲଗା ମଣିଷ ବୋଲି ରଣବୀର କହିଛନ୍ତି। କାରଣ ସେ ନିଜ କାମକୁ କେବେ ବି ଘରକୁ ନେଇ ଯାଆନ୍ତି ନାହିଁ। ଯଦି ସିନେମାର ଚରିତ୍ର ସହ ଘରକୁ ଫେରିଥାନ୍ତେ, ତାଙ୍କ ଅଭିନେତ୍ରୀ ପତ୍ନୀ ଆଲିଆ ତାଙ୍କୁ ଖୁବ୍ ମାରିଥାନ୍ତେ। ଏପରି ସ୍ଥଳରେ ଘରକୁ ଯାଇ ସେ ଯଦି ତାଙ୍କ ଚରିତ୍ର ଭଳି ପ୍ରତିକ୍ରିୟା ଦେବେ, ତାହେଲେ ତାଙ୍କ ସ୍ତ୍ରୀ ତାଙ୍କୁ ମାରିବା ଖୁବ୍ ସ୍ବାଭାବିକ। ଅବଶ୍ୟ ଏହି କଥାରୁ ଅନୂମାନ କରାଯାଉଛି ରଣବୀର ତାଙ୍କ ପତ୍ନୀ ଆଲିଆଙ୍କୁ ଖୁବ୍ ଭୟ କରନ୍ତି। ଏହି ସିନେମାକୁ ପୂରା କରିବା ପାଇଁ ତାଙ୍କୁ ୧୦୦ ଦିନ ପର୍ପ୍ୟନ୍ତ ସୁଟିଂ କରିବାକୁ ପଡ଼ିଥିଲା। ସିନେମାରେ ରଣବୀରଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା, ବବି ଦେଓଲ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଅନ୍ୟପଟେ ‘ଆନିମଲ’ ଡିସେମ୍ବର ୧ରେ ପ୍ରେକ୍ଷାଳୟକୁ ଆସିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking