30.1 C
Bhubaneswar
Tuesday, May 26, 2026
Homeଓଡିଶାଜୟଦେବ ଭବନ ପାର୍କିଂରେ ହାଇଡ୍ରାମା

ଜୟଦେବ ଭବନ ପାର୍କିଂରେ ହାଇଡ୍ରାମା

ଭୁବନେଶ୍ଵର : ଜୟଦେବ ଭବନ ପାର୍କିଂରେ ହାଇଡ୍ରାମା। ଦୁଇ ମହିଳା ହାତାହାତି। ଚୁଟି ଟଣାଟଣି ହୋଇ ମରାମରି ହୋଇଛନ୍ତି ଦୁଇ ଜଣ। ସେମାନେ ଉଭୟ ନିଜକୁ ସମାଜସେବୀ ବୋଲି କହିଛନ୍ତି। ଜଣେ ମହିଳା ଗଣମାଧ୍ୟମକୁ ବାଇଟ୍ ଦେଉଥିବା ବେଳେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ସେଠାରେ ପହଞ୍ଚିଥିଲା ପୋଲିସ। ଉଭୟଙ୍କୁ ବୁଝାସୁଝା କରାଯାଇଛି। ସୋସିଆଲ ମିଡିଆରେ ପରସ୍ପର ପ୍ରତି ଆକ୍ଷେପ ପ୍ରତିଆକ୍ଷେପକୁ ନେଇ ଏହି ମାରପିଟ ହୋଇଥିବା ଜଣାପଡ଼ିଛି। ନିର୍ଦ୍ଦିଷ୍ଟ ଭାବେ ଭରତପୁର ଥାନା ଘଟଣା ଏହାର ମୂଳ କାରଣ। ଜଣେ ମହିଳା ପୋଲିସକୁ ସମର୍ଥନ କରିଥିବା ବେଳେ ଆଉ ଜଣ କ୍ଯାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ସମର୍ଥନ କରିଥିଲେ। ଏହାକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କ, ତା ପରେ ହାତାହାତି ହୋଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking