20.1 C
Bhubaneswar
Thursday, January 16, 2025
Homeଆଇପିଏଲ୍ -2022ଗୁଜୁରାଟକୁ ୮ ଓ୍ବିକେଟରେ ହରାଇଲା ହାଇଦ୍ରାବାଦ

ଗୁଜୁରାଟକୁ ୮ ଓ୍ବିକେଟରେ ହରାଇଲା ହାଇଦ୍ରାବାଦ

ମୁମ୍ବାଇ: ଗୁଜରାଟ-ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ବାଜି ମାରିନେଇଛି ସନରାଇଜର୍ସ ହାଇଦ୍ରାବାଦ । ଗୁଜୁରାଟକୁ ମାତ ଦେଇ ଆଉ ୨ ମୂଲ୍ୟବାନ ପଏଣ୍ଟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ । ହାର୍ଦ୍ଦିକଙ୍କ ଅର୍ଦ୍ଧଶତକ ପରେ ମଧ୍ୟ ବିଜୟରୁ ୮ ୱିକେଟ ଦୂରରେ ରହିଯାଇଛି ଗୁଜୁରାଟ । ହାଇଦ୍ରାବାଦ ଏହି ୧୬୩ ରନର ଏହି ଲକ୍ଷ୍ୟକୁ ଶେଷ ଓଭରରେ ହାସଲ କରି ମ୍ୟାଚରେ ବିଜୟ ମୁକୁଟ ପିନ୍ଧିଛି । ତେବେ ଦଳ ପକ୍ଷରୁ ଅଧିନାୟକ କେନ ୱିଲିୟମସନ ସର୍ବାଧିକ ୫୭ ରନ କରିଛନ୍ତି ।

ପ୍ରଥମେ ବ୍ୟାଟିଂ କରି ଅଧିନାୟକ ହାର୍ଦ୍ଦିକଙ୍କ ଦମଦାର ଶତକ ଏବଂ ଅଭିନବ ମନୋହରଙ୍କ ଦ୍ରୁତ ୩୫ ରନ ବଳରେ ହାଇଦ୍ରାବାଦକୁ ମିଳିଥିଲା ୧୬୩ ରନର ଲକ୍ଷ୍ୟ । କିନ୍ତୁ ଏହାକୁ ୮ ୱିକେଟରେ ଜିତି ନେଇଛି ହାଇଦ୍ରାବାଦ । ଦଳ ପକ୍ଷରୁ ଅଧିନାୟକ କେନ ୱିଲିୟମସନ ୪୬ ବଲରୁ ୨ ଚୌକା ଏବଂ ୪ ଛକା ସହ ୫୭ ରନ ହାସଲ କରିଥିବା ବେଳେ ଅଭିଶେକ ଶର୍ମା ମଧ୍ୟ ୩୨ ବଲରେ ୬ ଚୌକା ସହିତ ୪୨ ରନ ସଂଗ୍ରହ କରିଥିଲେ । ତେବେ ଶେଷରେ ନିକୋଲସ ପୁରନଙ୍କ ଦମଦାର ପାଳି ଦଳକୁ ମ୍ୟାଚରେ ବିଜୟ କରାଇଛି । ୧୮ ବଲରେ ୨ ଚୌକା ଏବଂ ୨ ଛକା ସହିତ ୩୪ ରନ କରିଛନ୍ତି ପୁରନ । ଅନ୍ୟ ପକ୍ଷରେ ରାହୁଲ ତ୍ରିପାଠୀ ୧୧ ବଲରେ ୧୭ ରନ କରି ଖେଳୁଥିବା ସମୟରେ ଆଗାତପ୍ରାପ୍ତ ହୋଇ ରିଟାୟର୍ଡ ହର୍ଟ ହୋଇ ପାଭିଲିୟନ ଫେରିଥିଲେ । ଏଡେନ ମ୍ରାକ୍ରମ ମଧ୍ୟ ୮ ବଲରୁ ୧୨ ରନ କରି ପୁରନଭ୍କୁକୁବ ସାହାଯ୍ୟ କରିଛନ୍ତି ଏହି ମ୍ୟାଚରେ ବିଜୟ ହାସଲ କରିବା ପାଇଁ ।  ଦଳ ପକ୍ଷରୁ ଅଧିନାୟକ କେନ ଓ୍ବିଲିୟମସନ ୫୭ ରନ ଓ ଅଭିଷେକ ଶର୍ମା ୪୨ ରନ କରିଥିଲେ । ନିକୋଲାସ ପୁରନ ଅପରାଜିତ ୩୪ ରନ କରି ଦଳ ପାଇଁ ବିଜୟ ଆଣିଦେଇଥିଲେ । ଗୁଜୁରାଟ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ରସିଦ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୨ ରନ କରିଥିଲା । ଦଳ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୫୦ ରନ କରିଥିବାବେଳେ ଅଭିନବ ମନୋହର ୩୫ ରନ କରିଥିଲେ । ଓପନର ମାଥ୍ୟୁ ଓ୍ବାଡେ ୧୯ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ବର କୁମାର ଓ ଟି.ନଟରାଜନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ମାର୍କୋ ଜାନସେନ ଓ ଉମରାନ ମଲ୍ଲିକ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking