18.1 C
Bhubaneswar
Sunday, January 5, 2025
Homeଅପରାଧସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

ବାରିପଦା : ବନ୍ଦ ଘରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର। ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ବାରିପଦା ସଦର ଥାନା ଅନ୍ତର୍ଗତ ସ୍ୱରୂପଭିଲାର ପାତ୍ରସାହି ଅଞ୍ଚଳରେ ଘଟିଛି ଏହି ଘଟଣା। ସ୍ୱାମୀ ଉମାକାନ୍ତ ପାତ୍ର ଓ ସ୍ତ୍ରୀ ସୁବୁନି ପାତ୍ରଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ କଳହ ଲାଗି ରହିଥିଲା। ଗୁରୁବାର ସକାଳ ସମୟରେ ପରିବାର ଲୋକେ ହସ୍ପିଟାଲରୁ ଫେରି ଘର କବାଟ ବାଡେଇଥିଲେ, କିନ୍ତୁ କେହି କବାଟ ଖୋଲିନଥିଲେ। ତେବେ କବାଟ ଭାଙ୍ଗିଲା ବେଳକୁ ଭିତରେ ସ୍ତ୍ରୀର ରକ୍ତ ଜୁଡୁବୁଡୁ ମୃତଦେହ ମସିଣା ଉପରେ ପଡିଥିବା ବେଳେ ସ୍ୱାମୀର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ସୁବୁନି ପାତ୍ରକୁ ଶୋଇଥିବା ଅବସ୍ଥାରେ ଏକ କୋଦାଳରେ ହାଣି ହତ୍ୟା କରିବା ପରେ ସ୍ୱାମୀ ଉମାକାନ୍ତ ପାତ୍ର ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡି ଥିବା ସୂଚନା ମିଳିଛି। ଏନେଇ ପୁଅ ରଞ୍ଜନ ପାତ୍ର ବାରିପଦା ସଦର ଥାନାରେ କରିଥିବା ଅଭିଯୋଗକ୍ରମେ ୯୩/୨୩ ନଂରେ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିବା ବେଳେ ୧୪/୨୩ ନଂରେ ଏକ ଅପମୃତ୍ୟ ମାମଲା ରୁଜୁ କରିଛି ସଦର ଥାନା ପୋଲିସ। ତେବେ ମୃତ୍ୟର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଛି ପୋଲିସ। ସଦର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking