28.4 C
Bhubaneswar
Tuesday, July 14, 2026
Homeଓଡିଶାସ୍ତ୍ରୀର ତଣ୍ଟିଚିପି ହତ୍ୟା କଲା ସ୍ବାମୀ

ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲା ସ୍ବାମୀ

ପୁରୀ: ପୁରୀ ତାଳବଣିଆ ଥାନା ସିଦ୍ଧମହାବୀର ଚମାର ସାହିରେ ଏକ ହତ୍ୟାକାଣ୍ଡ  ଘଟିଛି। ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରିଛି ନୃଶଂସ ସ୍ୱାମୀ । ସ୍ବାମୀ ନିଜ ଦୋଷ ସ୍ବୀକାର କରିବା ସହ ତାଳବଣିଆ ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ମୃତ ମହିଳା ହେଲେ ସୌଦାମିନୀ ବେହେରା । ସେ ପୁରୀର ଏକ ନିଶା ନିବାରଣ କେନ୍ଦ୍ରରେ କାର୍ଯ୍ୟ କରୁଥିବାବେଳେ, ସ୍ବାମୀ ପୂର୍ଣ୍ଣଚନ୍ଦ୍ର ବେହେରା  ଜଗନ୍ନାଥ ମେଡିକାଲ କଲେଜରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରୁଥିଲେ।  ଉଭୟେ ଋଣଭାରରେ ବୁଡ଼ି ରହିଥିଲେ, ଯାହାକୁ ନେଇ ଉଭୟଙ୍କ ଭିତରେ ଅନେକ ସମୟରେ ପାଟିତୁଣ୍ଡ ହୁଏ। ଗତକାଲି ରାତିରେ ପୂର୍ଣ୍ଣଚନ୍ଦ୍ର ଉତକ୍ଷିପ୍ତ ହୋଇ ସ୍ତ୍ରୀ ସୌଦାମିନୀଙ୍କୁ ତଣ୍ଟିକୁ ଓଢଣିରେ ଚିପି ହତ୍ୟା କରିଥିଲେ। ପୂର୍ଣ୍ଣଚନ୍ଦ୍ର ବେହେରାଙ୍କର ଏକ ୫ ବର୍ଷର ପୁଅ ରହିଛି। ସେ ସୌଦାମିନୀଙ୍କୁ ୬ ବର୍ଷ ତଳେ ବାହା ହୋଇଥିଲେ। ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ବେହେରାଙ୍କର ଏକ ୫ ବର୍ଷର ପୁଅ ରହିଛି। ସେ ସୌଦାମିନୀଙ୍କୁ ୬ ବର୍ଷ ତଳେ ବାହା ହୋଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking