16.1 C
Bhubaneswar
Friday, January 17, 2025
Homeଅପରାଧପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ

ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧମା ଥାନା ବତେମୁରା ଗ୍ରାମର ହରିଜନପଡାରେ ସ୍ତ୍ରୀର ତଣ୍ଟି କାଟି ସ୍ବାମୀ ହତ୍ୟା କରିଛି। ହତ୍ୟା କରିବା ପରେ ସ୍ବାମୀ ନିଜେ ମାଳତୀ ଗୁଣ୍ଡେରପୁର ଫାଣ୍ଡିରେ ଆତ୍ମ ସମର୍ପଣ କରିଥିବା ଜଣାଯାଇଛି। ଧମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ହରିଜନପଡାରେ ରହୁଥିବା ଆନନ୍ଦ ରାକସ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ରାକସ(୩୮) ରବିବାର ସକାଳ ୧୦ଟା ସମୟରେ ମେଣ୍ଢା ଚରାଇବାକୁ ଯାଇଥିଲେ। ପାରିବାରିକ କଳହକୁ କେନ୍ଦ୍ର କରି ଗାଁଠାରୁ ୪ ଶହ ମିଟର ଦୂରରେ ଥିବା ବିରିଆଣ୍ଟ ପଡ଼ିଆ ନିକଟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା।

ଆନନ୍ଦ ରାଗିଯାଇ ଏକ ଧାରୁଆ ଦା’ରେ ସ୍ତ୍ରୀର ବେକକୁ କାଟି ଦେଇଥିଲା। ଏହାପରେ ନିଜେ ଯାଇ ଫାଣ୍ଡିରେ ଆତ୍ମ ସମର୍ପଣ କରିଥିଲା। ପୁଲିସ ତାଙ୍କୁ ପଚରା ଉଚରା କରୁଥିବା ଜଣାପଡ଼ିଛି। ଅନ୍ୟପଟେ ସୂଚନା ପାଇ ଧମା ଥାନା ଅଧିକାରୀ ତାରାବତୀ ପ୍ରଧାନ ଓ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଲରୁ ହତ୍ୟାରେ ବ୍ୟବହୃତ ଦା’କୁ ଜବତ କରାଯାଇଥିଲା।

ଲକ୍ଷ୍ମୀ ରାକସଙ୍କ ଭାଇ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥବା ନେଇ ଧମା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପାଖାପାଖି ୨୦ ବର୍ଷ ହେବ ଆନନ୍ଦ ଓ ଲକ୍ଷ୍ମୀଙ୍କ ବିବାହ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଟିଭି ଓ ମୋବାଇଲ୍‌ ଫୋନ୍‌ ବ୍ୟବହାରକୁ ନେଇ ପରିବାରରେ ପାଟିତୁଣ୍ଡ ଲାଗି ରହୁଥିବାରୁ ହୁଏତ ଘଟଣା ପଛରେ ଏହା କାରଣ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ, ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking