28.1 C
Bhubaneswar
Saturday, June 28, 2025
Homeଅପରାଧସ୍ତ୍ରୀର ପ୍ରେମ ସମ୍ପର୍କ ସହିନପାରି ସ୍ୱାମୀର ଆତ୍ମହତ୍ୟା

ସ୍ତ୍ରୀର ପ୍ରେମ ସମ୍ପର୍କ ସହିନପାରି ସ୍ୱାମୀର ଆତ୍ମହତ୍ୟା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରଖିଆ ଗ୍ରାମରେ ଅଘଟଣ । ସ୍ତ୍ରୀର ପ୍ରେମ ସମ୍ପର୍କ ସହିନପାରି ସ୍ୱାମୀର ଆତ୍ମହତ୍ୟା । ତେବେ ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ସରଖିଆ ଗ୍ରାମର କାମଦେବ ଷେଣ୍ଢ ସେ ଦୀର୍ଘ ଦେଢ଼ ବର୍ଷ ହେଲା ଦୁବାଇରେ କାମକରୁଥିଲେ । ତାର ସୁଯୋଗ ଉଠେଇ ସ୍ତ୍ରୀ କିଛି ବର୍ଷ ହେଲା ସେହି ଗ୍ରାମର ମଦନ ସାହୁ ଙ୍କ ସହ ସମ୍ପର୍କ ରଖିଆସୁ ଥିବା ପରିବାର ପକ୍ଷରୁ ଅଭିଯୋଗ ହେଉଛି । ଆତ୍ମହତ୍ୟା ପୂର୍ବରୁ କାମଦେବ ସୁସାଇଡାଲ ନୋଟ ଲେଖି ଯାଇ ଥିବା ଜଣାପଡିଛି ।

ଘର ନିକଟରେ ଥିବା ଆମ୍ବ ଗଛରେ ବେକରେ ରସି ଦେଇ ଆତ୍ମହତ୍ୟା କରିଛନ୍ତି । ଅନ୍ୟ ପଟେ ଝିଅ ର ମାଆ ପ୍ରତିକ୍ରିୟା ଦେଇ କହିଛନ୍ତି ଝିଅକୁ ଶାଶୁ ଘରେ ମାଡ଼ ଗାଳି ଦେବାରୁ ୧ ମାସ ହେବ ମୋ ଘରେ ଅଛି । ସାବିତ୍ରି ବ୍ରତକୁ ଯାଇ ନଥିଲା । ଏହାକୁ କେନ୍ଦ୍ର କରି ଏଭଳି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କହିଛନ୍ତି । ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ଏଭଳି ଘଟଣା ପରେ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking