32.1 C
Bhubaneswar
Thursday, March 28, 2024
Homeଓଡିଶାହଜିଗଲା ମାନବିକତା: ଛୁଆକୁ ଜନ୍ମ କରି ରାସ୍ତାକଡ଼ରେ ଛାଡ଼ି ଚାଲିଗଲା ମା’

ହଜିଗଲା ମାନବିକତା: ଛୁଆକୁ ଜନ୍ମ କରି ରାସ୍ତାକଡ଼ରେ ଛାଡ଼ି ଚାଲିଗଲା ମା’

ନବରଙ୍ଗପୁର : ଦୁନିଆରେ ନିଜ ଛୁଆ ପାଇଁ ମା’ ର ମମତାକୁ ଶ୍ରେଷ୍ଠ ପ୍ରେମ ବୋଲି ବିବେଚନା କରାଯାଏ । ତେବେ ନିଜ ଜନ୍ମିତ ଛୁଆକୁ ରାସ୍ତା କଡ଼ରେ ଛାଡି ମା’ ଚାଲିଯିବା ଘଟଣା ଏ ସମ୍ପର୍କରେ କଳଙ୍କ ଲଗାଇଛି । ୧୦ ମାସ ଗର୍ଭରେ ରଖି ଶିଶୁ ଟି ବଡ଼ ହେବା ପର୍ଯ୍ୟନ୍ତ ମା’ ତା ଜୀବନର ସବୁକିଛି ଶିଶୁ ପାଇଁ ଉତ୍ସର୍ଗ କରିଦେଇଥାଏ । ତେବେ ଜଣେ ମା’ ଅମାନବୀୟ ଭାବେ ନିଜ ଶିଶୁ ପୁତ୍ରକୁ ଜନ୍ମ କରି ଏକ ବୁଦା ମଧ୍ୟରେ ଛାଡ଼ି ଚାଲିଯିବା ଭଳି ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବାଇଗାଁ ଗ୍ରାମରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଡାବୁଗାଁ ବ୍ଲକ ଅନ୍ତର୍ଗତ ବାଇଗାଁ ସରକାରୀ ଆଶ୍ରମ ସ୍କୁଲ ପାର୍ଶ୍ୱରେ ଜଣେ ଗର୍ଭବତୀ ମହିଳା ଜଣେ ଶିଶୁପୁତ୍ର ଜନ୍ମ କରି ଏକ ଲଟା ବୁଦା ଥିବା ନିର୍ଜନ ସ୍ଥାନରେ ଛାଡି ଚାଲି ଯାଇଥିଲେ । ବୁଦା ମଧ୍ୟରୁ ଶିଶୁଟିର କାନ୍ଦ ଶୁଣି ବାଇଗାଁ ଗ୍ରାମର ମହିଳା ଚମ୍ପା ତନ୍ତୀ ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ । ଶିଶୁଟି ଦେହରେ ପିମ୍ପୁଡ଼ି ଲାଗି ଯିବାରୁ କେତେକ ସ୍ଥାନରେ କ୍ଷତ ମଧ୍ୟ ହୋଇଥିଲା । ମହିଳା ଚମ୍ପା ତନ୍ତୀ ଲଟା ବୁଦା ମଧ୍ୟରୁ ଶିଶୁଟିକୁ ଯତ୍ନର ସହ କାଡ଼ି ନିଜ ଘରକୁ ନେଇ ତା’ର ଯତ୍ନ ନେଇଥିଲେ । ଛୋଟ ଶିଶୁ ପୁତ୍ରକୁ ଦେଖିବାକୁ ଦାଢ଼ିଆ ଗୁଡ଼ା ଠାରେ ଗତକାଲି ସନ୍ଧ୍ୟାରେ ମହିଳାଙ୍କ ନିକଟରେ ପ୍ରବଳ ଜନ ଗହଳି ଲାଗି ରହିଥିବାବେଳେ ଶିଶୁ ପୁତ୍ରକୁ ଜନ୍ମ କରି ଚାଲି ଯାଇଥିବା ମହିଳାଙ୍କୁ ଠାବ କରାଯାଇ ନ ଥିଲେ ସୁଦ୍ଧା ମହିଳା ଜଣକ ଆଖପାଖ ଅଞ୍ଚଳର ବୋଲି ଆଲୋଚନା ହେଉଛି । ତେବେ ଜଣେ ଶିଶୁ ପୁତ୍ରକୁ ଗର୍ଭରେ ୧୦ ମାସ ଧରି କିପରି ଜଣେ ମାଆ ଏପରି ମାନବିକତା ହରାଇ ସମାଜ ପାଇଁ ଏକ କଳଙ୍କ ଅଧ୍ୟାୟ ସୃଷ୍ଟି କରିଛି, ତାହା ବାଇଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking