31.1 C
Bhubaneswar
Wednesday, May 29, 2024
Homeଅପରାଧବ୍ୟବସାୟ କରିବା ନାରେ ୭୨ଲକ୍ଷ ଠକେଇ :  ସ୍ୱାମୀ ଗିରଫ, ସ୍ତ୍ରୀ ଫେରାର

ବ୍ୟବସାୟ କରିବା ନାରେ ୭୨ଲକ୍ଷ ଠକେଇ :  ସ୍ୱାମୀ ଗିରଫ, ସ୍ତ୍ରୀ ଫେରାର

ଭୁବନେଶ୍ୱର: ବ୍ୟବସାୟ କରିବା ନାଁରେ ଜଣେ ବ୍ୟକ୍ତିଙ୍କ ଠାରୁ ୭୨ଲକ୍ଷ ୮୦ ହଜାର ଟଙ୍କା ନେବା ଏବଂ ପରବର୍ତୀ ସମୟରେ ଏହାକୁ ଫେରସ୍ତ ନ କରିବା ଅଭିଯୋଗରେ ଇନଫୋସିଟି ଥାନା ପୁଲିସ ଶନିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଟିଆସ୍ଥିତ ପ୍ଲଟ୍ ନଂ-୩୦୬/୧୬୯୭/୨୮୧୮ରେ ରହୁଥିବା ଜି.ସନ୍ତୋଷ କୁମାର । ଏହି ଠକେଇ ମାମଲାରେ ଅଭିଯୁକ୍ତ ସନ୍ତୋଷଙ୍କ ପତ୍ନୀ ଜି ସୁନୀତା ମଧ୍ୟ ସାମିଲ ଅଛନ୍ତି । ତେବେ ସେ ଫେରାର ଥିବାରୁ ପୁଲିସ ତାଙ୍କୁ ଗିରଫ କରିପାରିନଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ପଟିଆ ରେଳଷ୍ଟେସନ ନିକଟସ୍ଥ ପ୍ଲଟ ନଂ ୧୪୮୧/୨୩୨୦ରେ ଅଭିଯୋଗକାରୀ ବିଭୁଦେନ୍ଦୁ ମିଶ୍ର(୪୪) ରୁହନ୍ତି । ବିଭୁଦେନ୍ଦୁଙ୍କର ଅଭିଯୁକ୍ତଙ୍କ ସହ ପୂର୍ବରୁ ପରିଚୟ ଥିଲା ।

ତେବେ କିଛିବର୍ଷ ପୂର୍ବେ ଅଭିଯୁକ୍ତ ଜି ସନ୍ତୋଷ ଅଭିଯୋଗକାରୀଙ୍କ ଠାରୁ ବ୍ୟବସାୟ କରିବା ପାଇଁ ଉଚ୍ଚକ୍ଷମତା ବିଶିଷ୍ଟ ମେସିନ୍ କିଣିବା ନାଁରେ ୭୨ଲକ୍ଷ ୮୦ ହଜାର ଟଙ୍କା ଧାର ନେଇଥିଲେ । ଏନେଇ ଦୀର୍ଘବର୍ଷ ବିତି ଯାଇଥଳଲେ ମଧ୍ୟ ଜି ସନ୍ତୋଷ ଧାର ଟଙ୍କା ଅଭିଯୋଗକାରୀଙ୍କୁ ଫେରସ୍ତ କରି ନଥିଲେ । ବିଭୁଦେନ୍ଦୁ  ଅଭିଯୁକ୍ତ ଜି ସନ୍ତୋଷଙ୍କୁ ଯୋଗଯୋଗ କରିବାରୁ ସେ ଟଙ୍କା ଫେରସ୍ତ କରିବେ ନାହିଁ ବୋଲି କହିବା ସହ ଆଗାମୀ ଦିନରେ ଟଙ୍କା ମାଗିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଶେଷରେ ବିଭୁଦେନ୍ଦୁ ଭୁବନେଶ୍ୱର ଏସ୍‌ୃଡିଜେଏମଙ୍କ କୋର୍ଟରେ ଏକ ଏତଲା ଦେଇଥିଲେ । କୋର୍ଟଙ୍କ ମାମଲା ଆଧାରରେ ଇନ୍‌ଫୋସିଟି ଥାନା ପୁଲିସ ଶନିବାର ଅଭିଯୁକ୍ତ ଜି ସନ୍ତୋଷଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking