40.1 C
Bhubaneswar
Monday, June 17, 2024
Homeଓଡିଶାଜନଜାତିଙ୍କ ଜମି ହଡପ କରିବାର ହୀନ ଚକ୍ରାନ୍ତ କରିଛନ୍ତି ନବୀନ ସରକାର: ଜୁଏଲ ଓରାମ

ଜନଜାତିଙ୍କ ଜମି ହଡପ କରିବାର ହୀନ ଚକ୍ରାନ୍ତ କରିଛନ୍ତି ନବୀନ ସରକାର: ଜୁଏଲ ଓରାମ

ଭୁବନେଶ୍ୱର : ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଜନଜାତିଙ୍କ ବିକାଶ ପାଇଁ ତଥା ଆଦିବାସୀଙ୍କ କଳା, ସଂସ୍କୃତିକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ “ଜନଜାତି ମନ୍ତ୍ରଣାଳୟ” ଗଠନ କରିଥିଲେ । ଅଟଳ ବିହାରୀ ବାଜପେୟୀ ଜନଜାତିଙ୍କ ବିକାଶ କଥା ଚିନ୍ତା କରି ଓଡ଼ିଶାର ଜଣେ ଆଦିବାସୀ ନେତା ଜୁଏଲ ଓରାମଙ୍କୁ ପ୍ରଥମରୁ ଜନଜାତି ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ପ୍ରଦାନ କରିଥିଲେ । ପରବର୍ତୀ ସମୟରେ ମୋଦିଙ୍କ ସରକାରରେ ମଧ୍ୟ ଶ୍ରୀ ଜୁଏଲ ଓରାମ ଏହି ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ସମସ୍ତ ଆଦିବାସୀ ସମାଜ ପାଇଁ ଗର୍ବ ଓ ଗୌରବର ବିଷୟ । ଯଶସ୍ୱି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓଡିଶାର ଜଣେ ଆଦିବାସୀ ମହିଳା ଦୌପଦୀ ମୁର୍ମୁଙ୍କୁ ସମ୍ବିଧାନର ସର୍ବୋଚ୍ଚ ସ୍ଥାନରେ ଦେଇ ରାଷ୍ଟ୍ରପତି କରାଇଛନ୍ତି । ସେତିକି ନୁହେଁ ବିର୍ସା ମୁଣ୍ଡାଙ୍କ ଜନ୍ମଦିବସ ୧୫ନଭେମ୍ବରକୁ ଜନଜାତୀୟ ଗୌରବ ଦିବସ ରୂପେ ୨୦୨୧ମସିହାଠାରୁ ପାଳନ କରାଯାଉଛି । କିନ୍ତୁ ବିଜେଡି ସରକାର ଦୀର୍ଘ ୨୫ବର୍ଷ ଶାସନରେ ରହିବି ଜନଜାତି ଓ ଆଦିବାସୀମାନଙ୍କ ପାଇଁ କିଛି କରିନାହାନ୍ତି ବୋଲି ସାଂସଦ ଶ୍ରୀ ଜୁଏଲ ଓରାମ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ଓରାମ କହିଛନ୍ତି ଯେ, ବିଜେଡି ସରକାରର ଆଦିବାସୀ ବିରୋଧୀ ମାନସିକତା ସେତେବେଳେ ସ୍ପଷ୍ଟ ହେଲା ଯେତେବେଳେ ଜନଜାତି ଉପଦେଷ୍ଟା ପରିଷଦ(ଟିଏସି)ର ଦ୍ୱାହି ଦେଇ ଆଦିବାସୀଙ୍କ ଜମିକୁ ଶିଳ୍ପପତି ଓ ପୁଞ୍ଜୀପତିଙ୍କୁ ଟେକି ଦେବା ପାଇଁ କ୍ୟାବିନେଟ୍ ନିଷ୍ପତି ନେବାର ଘୋଷଣା କଲେ । ୨୫ବର୍ଷର ବିଜେଡି ସରକାର ଥରେ ମଧ୍ୟ ଆଦିବାସୀଙ୍କ ପ୍ରତି ଆଦୌ ସମ୍ବେଦନା ପ୍ରକାଶ କରିନାହାନ୍ତି ବରଂ ଜମି ହଡପ କରିବା ଭଳି ଚକ୍ରାନ୍ତ କରିଛନ୍ତି । ଏପରି ସରକାରଙ୍କ କାର୍ଯ୍ୟକଳାପକୁ ଘୋର ନିନ୍ଦା କରିବା ସହିତ ଓଡ଼ିଶାବାସୀଙ୍କ ପାଖରେ ବିଜେପି, ଆଦିବାସୀ ଓ ବିକାଶ ବିରୋଧୀ ସରକାରକୁ ଚଳିତ ନିର୍ବାଚନରେ ଭୋଟ ନଦେଇ ଉଚ୍ଚିତ ଜବାବ ଦେବାକୁ ନିବେଦନ କରୁଛି ।

ଟ୍ରାଇବାଲ ଆଡଭାଇଜରି କମିଟିର ଚେୟାରମ୍ୟାନ ହେଉଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିବର୍ଷର ୨ଥର କମିଟି ବସିବା କଥା କିନ୍ତୁ ନବୀନ ବାବୁ ୨୫ବର୍ଷ ଶାସନ କାଳରେ ମାତ୍ର ୨ଥର କମିଟିର ମିଟିଂ କରିଛନ୍ତି । ଏଥିରୁ ସ୍ପଷ୍ଟ ଯେ, ରାଜ୍ୟ ସରକାର ଜନଜାତିଙ୍କ ପ୍ରତି କେତେ ଦରଦ? ଏସିଏସ୍‌ଟି ଫାଇନାସ୍ କର୍ପୋରେସନରୁ ଅଳ୍ପ ସୁଧରେ ଟଙ୍କା ନେଇ ଆଦିବାସୀମମାନେ ଲାଭାନ୍ୱିତ ହେବା କଥା । କିନ୍ତୁ ପରିତାପର ବିଷୟ ଯେ, ଏହି ବ୍ୟବସ୍ଥାକୁ ନବୀନ ବାବୁ ବନ୍ଦ କରି ଦେଇଛନ୍ତି । ସେହିଭଳି ଟ୍ରାଇବାଲ ଡେଭଲପମେଂଟ କର୍ପୋରେଟିଭ୍ କର୍ପୋରେସନ( ଟିଡିସିସି) ମହୁଲ, ଚାର, ଶାଳମଞ୍ଜି ସଂଗ୍ରହ କରିବା କଥା, ତାହା କିନ୍ତୁ କାର୍ଯ୍ୟକାରୀ ହେଉନାହିଁ । ପ୍ରତି ପଂଚାୟତରେ ଏକଲବ୍ୟ ମଡେଲ ସ୍କୁଲ କରିବା ପାଇଁ ମୋଦି ସରକାର ପ୍ରତ୍ୟେକ ପଂଚାୟତ ସମିତି ପାଇଁ ୨୫କୋଟି ଟଙ୍କା ଦେଇଛନ୍ତି । ଦୁର୍ଭାଗ୍ୟର ବିଷୟ ରାଜ୍ୟ ସରକାର ଏଥିପାଇଁ ଜମି ଦେଇପାରୁ ନାହାନ୍ତି । ଡିଏଲଆର ଓ ଏମଏଲଆର ବିଭିନ୍ନ ଜାଗାରେ ସ୍ଥାୟୀ ହୋଇଛି କିନ୍ତୁ ଏସ୍‌ଟି କୋଟା ପୂରଣ କରିନାହାନ୍ତି । ଏସ୍‌ଟି ଓ ଏସ୍‌ସି କୋଟାକୁ ପୂରଣ କରିବା ପାଇଁ ବ୍ୟବସ୍ଥା କରିବା କଥା, ତାହା ମଧ୍ୟ ରାଜ୍ୟ ସରକାର କରିନାହାନ୍ତି ବୋଲି ଶ୍ରୀ ଜୁଏଲ ଓରାମ କହିଛନ୍ତି ।

ମୋଦି ସରକାର ଏସ୍‌ସି, ଏସ୍‌ଟି ମାନଙ୍କ ଷ୍ଟାଇପେଣ୍ଡ ମଧ୍ୟ ବଢ଼ାଇଛନ୍ତି, ସର୍ବାଧିକ ସ୍ଥାନରେ ଓଡ଼ିଶାର ଆଦିବାସୀମାନଙ୍କୁ ଉଚ୍ଚ ପଦପଦବୀରେ ରଖିଛନ୍ତି । ଆଦିବାସୀ ଭାଷାର ଶିକ୍ଷାଦାନ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ଓଡ଼ିଶାର କୁଇ, ଦେଶିଆ, ଗଡବା, ଜୁଆଙ୍ଗ, କିସାନ, ସାନ୍ତାଳୀ ଓ ସଉରୀ ଭାଷାରେ ବର୍ଣ୍ଣବୋଧ ତିଆରି କରି ଶିକ୍ଷାଦାନ କରାଯାଉଛି । ଭାଷାରେ ଶିକ୍ଷାଦାନ ପାଇଁ ଶିକ୍ଷକ ଓ ଛାତ୍ରମାନଙ୍କ ପାଇଁ ପାଠ୍ୟ ସାମଗ୍ରୀ ବିକଶିତ କରାଯାଇଛି । ସେହିପରି ଓଡିଶାର ଆଦିବାସୀମାନଙ୍କୁ ରାଜ୍ୟ ସରକାର ଲଘୁ ବନଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଦେଉନାହାନ୍ତି । କିନ୍ତୁ ମୋଦି ସହାୟତା ମୂଲ୍ୟ ୫୦କୋଟି ଟଙ୍କା ଦେଇଛନ୍ତି, ୮କୋଟିରୁ ଅଧିକ ଟଙ୍କା ଅନୁଦାନ ମଧ୍ୟ ଦିଆଯାଇଛି । ଅତ୍ୟନ୍ତ ପରିତାପର ବିଷୟ କେନ୍ଦ୍ର ସରକାର ଆଦିବାସୀଙ୍କ ବିକାଶ ପାଇଁ ବହୁ ଯୋଜନା ଓ ଆର୍ôଥକ ଅନୁଦାନ ଦେଉଥିବାବେଳେ ରାଜ୍ୟ ସରକାର ଏହାକୁ ଲୁଟ୍ କରୁଛି ବୋଲି ଶ୍ରୀ ଓରାମ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ସାଂସଦ ଶ୍ରୀ ବଳଭଦ୍ର ମାଝୀ, ବିଧାୟକ ଭବାନୀ ଭୋଇ, ବିଧାୟିକା କୁସୁମ ଟେଟେ, ରାଜ୍ୟ ସାଧାରଣ ସଂପାଦିକା ପୂର୍ଣ୍ଣିମା କେରକେଟା ପ୍ରମୁଖ ଉପସ୍ଥିତ ଥିଲେ ।

(ବିଜେପି ମିଡିଆ ସେଲ୍‌)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking