27.1 C
Bhubaneswar
Monday, May 13, 2024
Homeବଲିଉଡହମ୍ପଟି ଶର୍ମା କି ଦୁଲହନିଆଁ ଓ ବଦ୍ରିନାଥ କି ଦୁଲହନିଆଁ ଆଉ ନଜର ଆସିବେନି ଆଲିଆ

ହମ୍ପଟି ଶର୍ମା କି ଦୁଲହନିଆଁ ଓ ବଦ୍ରିନାଥ କି ଦୁଲହନିଆଁ ଆଉ ନଜର ଆସିବେନି ଆଲିଆ

ମୁମ୍ବାଇ: ହମ୍ପଟି ଶର୍ମା କି ଦୁଲହନିଆଁ ଓ ବଦ୍ରିନାଥ କି ଦୁଲହନିଆଁ ଆଉ ନଜର ଆସିବେନି ଆଲିଆ । ବଲିଉଡର ଲୋକପ୍ରିୟ କଳାକାର ବରୁଣ ଧାୱନ ତାଙ୍କ ଅଭିନୀତ ଫିଲ୍ମ ‘ହମ୍ପଟି ଶର୍ମା କି ଦୁଲହନିଆଁ’ ଓ ‘ବଦ୍ରିନାଥ କି ଦୁଲହନିଆଁ’ରେ ସବୁ ସିନେପ୍ରେମୀଙ୍କ ମନ କିଣିଥିଲେ । ବର୍ତ୍ତମାନ ବରୁଣ ‘ଦୁଲହନିଆଁ’ ଫ୍ରାଞ୍ଚାଇଜ୍ ରେ ତୃତୀୟ ଥର ପାଇଁ ବର ହେବାକୁ ଯାଉଛନ୍ତି । କିନ୍ତୁ ଏଥର ବରୁଣଙ୍କ ଦୁଲହନିଆଁ ବେଶରେ ଦେଖିବାକୁ ମିଳିବନି ଆଲିଆଙ୍କୁ । କାରଣ ଏଥର ବରୁଣଙ୍କ ଦୁଲହନିଆଁ ହେବେ ଫିଲ୍ମ ‘ବୱାଲ’ର ଅଭିନେତ୍ରୀ ଜାନଭୀ ।ବର୍ତ୍ତମାନ ବରୁଣ୍ ତାଙ୍କର ନୂତନ ଫିଲ୍ମ ‘ଦୁଲହନିଆଁ-୩’ କୁ ନେଇ ବେସ୍ତ ଅଛନ୍ତି । ଏପରି ପରିସ୍ଥିତିରେ ଆଲିଆ କାହିଁକି ହିଟ୍ ଫ୍ରାଞ୍ଚାଇଜ୍କୁ ଫେରୁନାହାଁନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଗତ ବର୍ଷ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ବାୱାଲ୍’ ପରେ ବରୁଣ ଏବଂ ଜାନଭୀ କପୁର ପୁଣି ଥରେ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ। ଭିନ୍ନ ଏକ କାହାଣୀକୁ ନେଇ ପ୍ରସ୍ତୁତ ଫିଲ୍ମ ‘ଦୁଲହନିଆଁ-୩’ର ନିର୍ଦ୍ଦେଶନା ଦେଇଛନ୍ତି ଶଶାଙ୍କ ଖେତାନ୍ । ପୂର୍ବ ଚଳଚ୍ଚିତ୍ରର ପାର୍ଟ ସହ ଏହି ଚଳଚ୍ଚିତ୍ରର କୌଣସି ସମ୍ବନ୍ଧ ନାହିଁ । ଏହାପୂର୍ବରୁ ରିଲିଜ ହୋଇଥିବା ‘ବଦ୍ରିନାଥ କି ଦୁଲହନିଆଁ’ ଏବଂ ‘ହମ୍ପଟି ଶର୍ମା କି ଦୁଲହନିଆଁ’ର କାହାଣୀ ମଧ୍ୟ ପରସ୍ପରଠାରୁ ଭିନ୍ନ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking