27.1 C
Bhubaneswar
Monday, May 26, 2025
Homeଦେଶ ବିଦେଶଆଲିଙ୍ଗନ ଦୂର କରିବ ମହିଳାଙ୍କ ଚାପ, ମାନସିକ ଅବସ୍ଥାରେ ଦେଖାଦେବ ବଡ଼ ପରିବର୍ତ୍ତନ…

ଆଲିଙ୍ଗନ ଦୂର କରିବ ମହିଳାଙ୍କ ଚାପ, ମାନସିକ ଅବସ୍ଥାରେ ଦେଖାଦେବ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ: ଆଜି ଆପଣଙ୍କର ଏକ ବଡ଼ ପରୀକ୍ଷା ଅଛି, ଏକ ଜଟିଳ ବିଷୟ ଉପରେ ଆଲୋଚନା ଅଛି କିମ୍ବା ଦିନଟି ବେଶ ଚାପଯୁକ୍ତ ହେବାକୁ ଯାଉଛି । ଏହି ସ୍ଥିତିରେ ସାଥୀଙ୍କ ଆଲିଙ୍ଗନ ଆପଣଙ୍କ ମାନସିକ ଅବସ୍ଥା ଉପରେ କେତେ ପରିବର୍ତ୍ତନ ଆଣିବ ବୋଲି ଭାବୁଛନ୍ତି ?ଏକ ସଦ୍ୟ ଅଧ୍ୟୟନ ଅନୁସାରେ, ଗୋଟିଏ ଆଲିଙ୍ଗନ ଏ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଆଣିପାରେ । କିନ୍ତୁ ପୁରୁଷଙ୍କ ମାମଲାରେ ଏହାର ପ୍ରଭାବ ସେତେ ଶକ୍ତିଶାଳୀ ନୁହେଁ । ପ୍ଲସ୍ ୱାନ୍ ପତ୍ରିକାରେ ଅଧ୍ୟୟନଟି ପ୍ରକାଶ ପାଇଛି । ଏଥିରେ ୭୬ ଜଣ ଲୋକ ନିଜ ନିଜର ରୋମାଣ୍ଟିକ୍ ସାଥୀଙ୍କଠାରୁ ଆଲିଙ୍ଗନ ପାଇବା ପରେ ଚାପ ପ୍ରତି କିଭଳି ପ୍ରତିକ୍ରିୟା ଦେଇଥିଲେ, ଗବେଷକମାନେ ତାହା ବିଶ୍ଳେଷଣ କରିଥିଲେ। ଯେଉଁ ମହିଳା ସେମାନଙ୍କ ସାଥୀଙ୍କଠୁ ଆଲିଙ୍ଗନ ପାଇଥିଲେ, ସେମାନଙ୍କଠାରେ କୋର୍ଟିସୋଲ୍ ନାମକ ହର୍ମୋନ କ୍ଷରଣ ହ୍ରାସ ପାଇଥିଲା । ସାଥୀଙ୍କୁ ଆଲିଙ୍ଗନ କରିନଥିବା ମହିଳାଙ୍କଠାରେ ଏହା ଦେଖାଯାଇ ନ ଥିଲା । ସ୍ମୃତିଶକ୍ତି ଫେରାଇ ଆଣିବାରେ କୋର୍ଟିସୋଲ ପ୍ରଭାବ ପକାଇପାରେ। ଏହା ଚାପଜନିତ କାର୍ଯ୍ୟକୁ ଆହୁରି ଅଧିକ ଜଟିଳ କରିଦିଏ ବୋଲି ଅଧ୍ୟୟନର ମୁଖ୍ୟ ଲେଖକ ନେଦରଲ୍ୟାଣ୍ଡସ ଇନ୍ଷ୍ଟିଚ୍ୟୁଟ୍ ଫର୍ ନ୍ୟୁରୋସାଇନ୍ସର ଗବେଷକ ଜୁଲିଆନ୍ ପ୍ୟାକ୍ହିସର କହିଛନ୍ତି ।
ତାଙ୍କ କହିବା ଅନୁସାରେ, ଏହା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ ଯେ ସ୍ପର୍ଶ ଶରୀର ନିୟନ୍ତ୍ରଣରେ ସାହାଯ୍ୟ କରେ । ଆପଣ ଯାହାକୁ ଭଲପାଆନ୍ତି, ତାଙ୍କର ସ୍ନେହ ମିଳିଲେ ଶରୀରରେ ଏକ ନ୍ୟୁରୋଟ୍ରାନ୍ସମିଟର ନିର୍ଗତ ହୁଏ । ଏହା ଅକ୍ସିଟୋସିନ୍ ନାମରେ ପରିଚିତ । ‘ପ୍ରେମ ହରମୋନ୍’ ନାମରେ ମଧ୍ୟ ଏହା ବେଶ ପରିଚିତ । ଏହା ଶରୀରରେ ଚାପ ପାଇଁ ଦାୟୀ କୋର୍ଟିସୋଲ ସ୍ତରକୁ ହ୍ରାସ କରେ । ସାମାଜିକ ସମର୍ଥନ ସହ ସଂଶ୍ଳିଷ୍ଟ ଏହି ପ୍ରତିକ୍ରିୟା ଚାପ ବିରୁଦ୍ଧରେ କାମ କରେ ବୋଲି ଅଧ୍ୟୟନ ସ୍ପଷ୍ଟ କରିଛି । ସାଥୀ, ସମ୍ପର୍କୀୟ ବା ବନ୍ଧୁଙ୍କୁ ଆଲିଙ୍ଗନ କରିବାର ଏହି ସହଜ ଉପଦେଶ ଦିନଯାକର ଚାପକୁ ହ୍ରାସ କରିବାରେ ବେଶ ସହାୟକ ବୋଲି ପାକ୍ହିସର କହିଛନ୍ତି । ତେବେ ଏଥିପାଇଁ ସାମ୍ନା ଲୋକର ଆଲିଙ୍ଗନ ଇଚ୍ଛା ଥିବା ଜରୁରି ବୋଲି ସେ କହନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking