27.1 C
Bhubaneswar
Friday, October 18, 2024
Homeଓଡିଶାଫେବୃଆରୀ ୨୩ରୁ ଆରମ୍ଭ ହବ ନାଟମଣ୍ଡପ ଅବଶିଷ୍ଟ ମରାମତି କାର୍ଯ୍ୟ

ଫେବୃଆରୀ ୨୩ରୁ ଆରମ୍ଭ ହବ ନାଟମଣ୍ଡପ ଅବଶିଷ୍ଟ ମରାମତି କାର୍ଯ୍ୟ

ପୁରୀ: ଆଜି ନିଳାଦ୍ରୀ ଭକ୍ତ ନିବାସରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି ।ଫେବୃଆରୀ ୨୩ ତାରିଖରୁ ନାଟମଣ୍ଡପ ଅବଶିଷ୍ଟ ମରାମତି କାର୍ଯ୍ୟ ଆରମ୍ଭ ହୋଇ ୧୯ ମାର୍ଚ୍ଚ ମଧ୍ୟରେ ନାଟମଣ୍ଡପ କାମ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ସମୟରେ ମହାପ୍ରଭୁଙ୍କ ନୀତି କାନ୍ତି ଯେଭଳି ପ୍ରଭାବିତ ହେବ ନାହିଁ ଓ ଭକ୍ତ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେ ନେଇ ନୀତି ସବ କମିଟି ବୈଠକରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ପ୍ରତିଦିନ ଅପରାହ୍ନ ଗୋଟାଏରୁ ସନ୍ଧ୍ୟା ୭ ଟା ଯାଏଁ କାମ ହେବ ।ପୂର୍ବରୁ ନାଟମଣ୍ଡପର ଉପରି ଭାଗର ପଥର ଯୋଡେଇ ଓ ସଫା କାର୍ଯ୍ୟ କରାଯାଇଥିଲା । ମୁଖ୍ୟ ବିମ୍ ଫାଟ ମରାମତି ପାଇଁ ଭାରା ବନ୍ଧାଯିବ । ୪ ଟି ଷ୍ଟେନ୍ ଲେସ ଷ୍ଟିଲ ବିମ ଲଗାଯିବ । ଏଥିପାଇଁ ଡିଜାଇନ୍ ଚୁଡାନ୍ତ ହେବା ସହ ଅନୁମତି ମଧ୍ୟ ମିଳିସାରିଛି ।ଫେବୃୟାରୀ ୨୩ ତାରିଖ ରାତ୍ର ୨ଟାରୁ ସିଂହଦ୍ୱାର ଫିଟିବା ସହ ରାତି ୧୧ ଟାରେ ରାତ୍ର ପହୁଡ ହେବ ।

ମରାମତି ସମୟରେ ଦର୍ଶନ ଜାରି ରହିବ । ସେହିପରି ଆଜି ଛତିଶା ନିଯୋଗ ବୈଠକରେ ଦିବ୍ୟାଙ୍ଗ ମାନଙ୍କ ଜଗା ଦର୍ଶନ ପ୍ରସଙ୍ଗରେ ଆଲୋଚନା ହୋଇ କିଛି ପ୍ରସ୍ତାବ ଆସୁଛି । ଏଣିକି ମାସରେ ଥରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ଦିବ୍ୟାଙ୍ଗ ଭକ୍ତ । ସେମାନେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ପଞ୍ଜିକରଣ କରିବା ପରେ ସ୍ୱଚ୍ଛାସେବୀ ମାନେ ସେମାନଙ୍କୁ ଉତ୍ତର ଦ୍ୱାର ଦେଇ ଦର୍ଶନ ପାଇଁ ସହାୟତା କରିବେ । ଏ ନେଇ ଚୁଡାନ୍ତ ଖସଡ଼ା ଓ ତାରିଖ ଧାର୍ଯ୍ୟ ହେବ । ବୈଠକ ପରେ ପ୍ରତିକ୍ରିୟା ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଏହା କହିଥିଲେ ହାଇକୋର୍ଟ ନିର୍ଦ୍ଦେଶ ଥିବାରୁ ଆସନ୍ତା ଏପ୍ରିଲ୍ ମାସ ଶେଷ ସୁଦ୍ଧା ନାଟମଣ୍ଡପ ମରାମତି ଶେଷ ହେବ ।

ଏହି ସମୟରେ ମହାପ୍ରଭୁଙ୍କ ନୀତି କାନ୍ତି କିଭଳି ସୁରୁଖୁରୁରେ ହେବ ଓ ଭକ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଏ ସମସ୍ତ ଦିଗକୁ ନେଇ ଆଜି ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ଛତିଶା ନିଯୋଗର ସମସ୍ତ ସେବାୟତ ପ୍ରତିନିଧି , ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଏସଆଇ ଓଡିଶା ମୁଖ୍ୟ ଡି.ବି ଗଡନାୟକ କହିଥିଲେ ରତ୍ନଭଣ୍ଡାର ଉତ୍ତର ପାର୍ଶ୍ୱ କାନ୍ଥରେ ସାମାନ୍ୟ ଫାଟ ସୃଷ୍ଟି ହୋଇଛି । ଏଏସଆଇ ପକ୍ଷରୁ ଏହାର ମରାମତି ଦାୟିତ୍ୱ ଶୀଘ୍ର ହାତକୁ ନିଆଯିବ । ତେବେ ଗତ ବର୍ଷ ନଭେମ୍ବର ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥର ୪୯ ଟି ପଏଣ୍ଟ ରେ ହୋଇଥିଲା ଲେଜର୍ ସ୍କାନିଂ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking