28.1 C
Bhubaneswar
Saturday, July 27, 2024
Homeଓଡିଶାବୋର୍ଡ଼ ପରୀକ୍ଷାର ପ୍ରଥମ ଦିନ: ପ୍ରଥମ ଭାଷାରେ କପି କରି ଧରାପଡ଼ିଲେ ପରୀକ୍ଷାର୍ଥୀ

ବୋର୍ଡ଼ ପରୀକ୍ଷାର ପ୍ରଥମ ଦିନ: ପ୍ରଥମ ଭାଷାରେ କପି କରି ଧରାପଡ଼ିଲେ ପରୀକ୍ଷାର୍ଥୀ

କଟକ: ରାଜ୍ୟରେ ଏବେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଆରମ୍ଭ ହୋଇଯାଇଛି । ତେବେ ଆଜି ପ୍ରଥମ ଦିନ ପ୍ରଥମ ଭାଷା ପରୀକ୍ଷାରେ ଅସାଧୁ ଉପାୟରେ କପି କରି ୧୦ଜଣ ପରୀକ୍ଷାର୍ଥୀ ଧରାପଡ଼ିଥିବା ବୋର୍ଡ଼ ପକ୍ଷରୁ ସୂଚନା ମିଳିଛି । ତନ୍ମଧ୍ୟରେ ମାଟ୍ରିକରେ ୮ଜଣ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ ୨ ଜଣ ଅଛନ୍ତି । ତେବେ ବୋର୍ଡ ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି (ଏଆଇ) ବୈଷୟିକ ଜ୍ଞାନକୌଶଳର ଉପଯୋଗ ମାଟ୍ରିକ ପରୀକ୍ଷାରେ ଅପେକ୍ଷାକୃତ ସହଜ କରିଛି ।

ପରୀକ୍ଷା କେନ୍ଦ୍ରଗୁଡ଼ିକରେ ହୋଇଥିବା ଅବ୍ୟବସ୍ଥା ସଂକ୍ରାନ୍ତରେ ବୋର୍ଡ ମୁଖ୍ୟାଳୟରେ ଥିବା କଣ୍ଟ୍ରୋଲ ରୁମ୍‌ରୁ ଜାଣି ହୋଇଛି । ଏଭଳି କେତେକ କେନ୍ଦ୍ରକୁ ବୋର୍ଡ ପକ୍ଷରୁ ତାଗିଦା କରାଯାଇଥିବା ଜଣାଯାଇଛି । ଚତୁଃସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଦ୍ୱାରା ଅସାଧୁ କାର୍ଯ୍ୟ ରୋକାଯିବା ସହ ଏଆଇ ସର୍ଭେଲାନ୍ସ ଦ୍ୱାରା ୩ ଜଣ ପରୀକ୍ଷାର୍ଥୀ କପି କରୁଥିବା ବେଳେ ଧରାପଡ଼ିଥିବା ବୋର୍ଡର ଉପସଭାପତି ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking