34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶହ୍ୱାଟସଆପରେ ନମ୍ବର ସେଭ ନକରି କେମିତି କରିବେ ମେସେଜ

ହ୍ୱାଟସଆପରେ ନମ୍ବର ସେଭ ନକରି କେମିତି କରିବେ ମେସେଜ

ନୂଆଦିଲ୍ଲୀ: ଆମେ ସମସ୍ତେ ନିଜ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ଯୋଡି ହୋଇ ରହିବା ପାଇଁ ହ୍ୱାଟସଆପ ବ୍ୟବହାର କରିଥାଉ । ଏମିତି ଅନେକ ଥର ହୋଇଥାଏ, ଯେତେବେଳେ ଆମେ ସେହି ସବୁ କଣ୍ଟାକ୍ସକୁ ମେସେଜ ପଠାଇଥାଉ, ଯାହାର ନମ୍ବର ଆମ ହ୍ୱାଟସଆପ କଣ୍ଟାକ୍ଟ ଲିଷ୍ଟରେ ନଥାଏ । ସାଧାରଣ ଭାବରେ ହ୍ୱାଟସଆପ ପ୍ଲାଟଫର୍ମରେ ଏମିତି କୌଣସି ଫିଚର ନାହିଁ, ଯାହା ମାଧ୍ୟମରେ ନମ୍ବର ସେଭ ନକରି ମେସେଜ ପଠାଇହେବ । ହେଲେ ଆଜି ଆମେ ଆପଣଙ୍କୁ ଏକ ଖାସ ଟ୍ରିକ କହିବୁ, ଯାହା ଦ୍ୱାରା ଆପଣ ନମ୍ବର ସେଭ ନ କରି ମେସେଜ ପଠାଇପାରିବେ ।
ସର୍ବପ୍ରଥମେ ନିଜ ମୋବାଇଲ କିମ୍ବା ଡେସ୍କଟପରେ ୱେବ ବ୍ରାଉଜର ଓପନ କରନ୍ତୁ
ଏବେ https://api.whatsapp.com/send?phone=XXXXXXXXXXX ଲିଙ୍କକୁ କପି କରି ପେଷ୍ଟ କରନ୍ତୁ । ପେଷ୍ଟ କରିବା ପୂର୍ବରୁ ଆପଣ XXXXXXXXXXX ସ୍ଥାନରେ କଣ୍ଟ୍ରି କୋଡ୍ ସହ ସେହି ବ୍ୟବହାରକାରୀଙ୍କ ନମ୍ବର ଦିଅନ୍ତୁ, ଯାହାକୁ ଆପଣ ମେସେଜ ପଠାଇବାକୁ ଚାହାଁନ୍ତି ।
ଲିଙ୍କକୁ ବ୍ରାଉଜରରେ ପକାଇବା ପରେ ଏଣ୍ଟର କରନ୍ତୁ । ଏବେ ତଳେ Message +911234567890 on WhatsApp ଲେଖା ଥିବ । ଏହା ତଳେ Message ଲେଖା ଥିବ ।
ଯେତେବେଳେ ଆପଣ ମେସେଜ ଉପରେ କ୍ଲିକ କରିବେ, ଆପଣଙ୍କୁ Looks like you don’t have WhatsApp installed! DOWNLOAD or use WhatsApp Web ଲେଖା ଦେଖାଯିବ । ଆପଣ ଚାହିଁଲେ ହ୍ୱାଟସଆପ ନିଜ ଡେସ୍କଟପରେ ଡାଉନଲୋଡ କରିପାରିବେ କିମ୍ବା ହ୍ୱାଟସଆପ ୱେବ ଦ୍ୱାରା ମଧ୍ୟ ଆକ୍ସେସ କରିପାରିବେ ।

କହିରଖୁଛୁ ଯେ, ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ୱାଟସଆପ କିଛି ଦିନ ପୂର୍ବରୁ ମ୍ୟୁଟ ଭିଡିଓ ଫିଚର ଆଣିଥିଲା । ଏହି ଫିଚର ମାଧ୍ୟମରେ ବ୍ୟବହାରକାରୀ ଭିଡିଓ ପଠାଇବା ପୂର୍ବରୁ ସେହି ଶବ୍ଦକୁ ମ୍ୟୁଟ କରିପାରିବେ । ଅର୍ଥାତ ଯେତେବେଳେ ଅନ୍ୟ ବ୍ୟବହାରକାରୀଙ୍କୁ ଭିଡିଓ ମିଳିବ, ତାର କିଛି ଶବ୍ଦ ନଥିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking