20.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶରାସନ କାର୍ଡ ନାହିଁ କି ? ଏମିତି ଘରେ ବସି କରନ୍ତୁ ଆବେଦନ

ରାସନ କାର୍ଡ ନାହିଁ କି ? ଏମିତି ଘରେ ବସି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାର ଦେଶରେ ଗରିବ ଲୋକଙ୍କ ପର୍ଯ୍ୟନ୍ତ ରାଶନ ପହଂଚାଇବା ପାଇଁ ସମସ୍ତ ଚେଷ୍ଟା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଗତବର୍ଷ ଦେଶରେ ‘ୱାନ କାର୍ଡ ୱାନ ନେସନ’ ବ୍ୟବସ୍ଥା ଲାଗୁ କରିଥିଲେ । ଏହି ଯୋଜନା ଲାଗୁ ହେବା ପରେ କୌଣସି ରାଜ୍ୟର ବ୍ୟକ୍ତି ପୁରା ଦେଶରେ କେଉଁଠୁ ବି କମ୍ ମୂଲ୍ୟରେ ରାସନ ନେଇପାରିବ । ଏହି ସିଷ୍ଟମ ଆସିବା ପରେ ଲୋକଙ୍କ ପାଇଁ ରାସନ କାର୍ଡ ରହିବା ଆହୁରି ଜରୁରୀ ହୋଇପଡିଛି ।
ଯଦି ଆପଣଙ୍କ ପାଖରେ ଏ ପର୍ଯ୍ୟନ୍ତ ରାସନ କାର୍ଡ ନାହିଁ, ତେବେ ଚିନ୍ତା କରିବା ଦରକାର ନାହିଁ । ଘରେ ବସି ସ୍ମାର୍ଟ ଫୋନ ଜରିଆରେ ଅନଲାଇନ ରାସନକାର୍ଡ ପାଇଁ ଆବେଦନ କରିପାରିବେ ।
ଏଥିପାଇଁ ସମସ୍ତ ରାଜ୍ୟ ନିଜ ତରଫରୁ ୱେବସାଇଟ ବନେଇଛନ୍ତି । ଆପଣ ଯେଉଁ ରାଜ୍ୟରେ ରହୁଛନ୍ତି ସେଠିକାର ୱେବସାଇଟ କୁ ଯାଇ ରାସନ କାର୍ଡ ପାଇଁ ଆବେଦନ କରିପାରିବେ ।
କିଏ ଏଥିପାଇଁ ଆବେଦନ କରିପାରିବେ
ଯିଏ ଭାରତର ନାଗରିକ ସେ ରାସନ କାର୍ଡ ପାଇଁ ଆବେଦନ କରିପାରିବେ । ୧୮ ବର୍ଷରୁ କମ ବୟସର ପିଲାଙ୍କ ନାମ ଅଭିଭାବକଙ୍କ ରାସନ କାର୍ଡରେ ସାମିଲ କରାଯାଏ । ତେବେ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଅଲଗା ରାସନ କାର୍ଡ ପାଇଁ ଆବେଦନ କରିପାରିବେ ।
ଏଥିପାଇଁ ପ୍ରଥମେ ନିଜ ରାଜ୍ୟର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ । ଯଦି ଆପଣ ଉତ୍ତରପ୍ରଦେଶରେ ରହୁଛନ୍ତି ତେବେ https://fcs|up|gov|in/FoodPortal|aspx କୁ ଆକ୍ସେସ କରି ଫର୍ମ ଡାଉନଲୋଡ କରନ୍ତୁ । ସେହିଭଳି ବିହାରରେ ରହୁଥିବା ବ୍ୟକ୍ତି hindiyojana|in/apply-ration-card-bihar/ ଓ ମହାରାଷ୍ଟ୍ର ରେ ରହୁଥିବା ବ୍ୟକ୍ତି mahafood|gov|in ଉପରେ କ୍ଲିକ କରି ଆବେଦନ କରିପାରିବେ ।
ଏହାପରେ ଆପ୍ଲାଏ ଅନଲାଇନ ଫର ରେସନ କାର୍ଡ ଲିଙ୍କରେ କ୍ଲିକ କରନ୍ତୁ ।
ଋାସନ କାର୍ଡ କରିବା ପାଇଁ ପ୍ରମାଣପତ୍ର ଭାବରେ ଆଧାର କାର୍ଡ, ଭୋଟର ଆଇଡି, ହେଲଥ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି ଦେଇପାରିବେ ।
ଏଥିପାଇଁ ଆବେଦନ ଶୁକ୍ଳ ୫ ଟଙ୍କାରୁ ଆରମ୍ଭ କରି ୪୫ ଟଙ୍କା ପର୍ଯ୍ୟନ୍ତ ରହିଛି । ଆବେଦନ କରିବା ପରେ ଶୁକ୍ଳ ଜମା କରନ୍ତୁ ଓ ଆପ୍ଲିକେସନ ସବମିଟ କରନ୍ତୁ ।
ଫିଲ୍ଡ ଭେରିଫିକେସନ ସରିବା ପରେ ଯଦି ଆପଣଙ୍କ ଆବେଦନ ଠିକ ରହିଛି ତେବେ ଆପଣଙ୍କ ରାସନ କାର୍ଡ ବନିଯିବ ।
ରାସନକାର୍ଡ କରିବା ପାଇଁ ପ୍ରମାଣପତ୍ର ହିସାବରେ ଆଧାର କାର୍ଡ, ଭୋଟର ଆଇଡି, ପାସପୋର୍ଟ, ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କିଛି ଆଇ କାର୍ଡ, ହେଲଥ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଦିଆଯାଇପାରିବ । ଏହାବ୍ୟତୀତ ପ୍ୟାନ କାର୍ଡ, ପାସପୋର୍ଟ ସାଇଜ ଫଟୋ, ଆୟ ପ୍ରମାଣ ପତ୍ର, ବିଦ୍ୟୁତ ବିଲ୍‌, ଗ୍ୟାସ କନେକ୍ସନ ବୁକ୍‌, ଟେଲିଫୋନ ବିଲ୍‌, ବ୍ୟାଙ୍କ ଷ୍ଟେଟମେଣ୍ଟ କିମ୍ବା ପାସବୁକ୍‌, ରେଣ୍ଟାଲ ଏଗ୍ରିମେଣ୍ଟ ଭଳି ଦସ୍ତାବିଜ ମଧ୍ୟ ଲାଗିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking