34.1 C
Bhubaneswar
Friday, March 29, 2024
Homeଓଡିଶାତାଳଚେର ଥର୍ମାଲ ବନ୍ଦ ସଂପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଯିବ ବୋଲି ଶକ୍ତିମନ୍ତ୍ରୀ ଓ...

ତାଳଚେର ଥର୍ମାଲ ବନ୍ଦ ସଂପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଯିବ ବୋଲି ଶକ୍ତିମନ୍ତ୍ରୀ ଓ ଶ୍ରୀ ଦେଓ ଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର : ସାରା ଭାରତ ବର୍ଷରେ ସବୁଠୁ ଅଧିକ ଭଲ ଉତ୍ପାଦନ କରୁଥିବା ଏବଂ ନିରାପତା ନିୟମକୁ କଡ଼ାକଡ଼ି ପାଳନ କରୁଥିବା ଏନ୍‌.ଟି.ପି.ସି.
ତାଳଚେର ଥର୍ମାଲକୁ କୌଣସି ଚୁକ୍ତିଚୁକ୍ତ କାରଣ ନଥାଇ ଆଗାମୀ ଅପ୍ରେଲ ୧ ତାରିଖ ଠାରୁ ତାଲା ବନ୍ଦ ଘୋଷଣା କରିବା ଏବଂ ୧୩୨୦ ମେଗାୱାଟର ୨ଟି ୟୁନିଟ୍ ପୱାର ପ୍ଲାଂଟ ପାଇଁ ୧୦ ହଜାର କୋଟି ଟଙ୍କା ମଞ୍ଜୁର ହୋଇ କାର୍ଯ୍ୟ ଆରମ୍ଭ କରିବା ପାଇଁ ଭାରତ ହେଭି ଇଲେକ୍ଟ୍ରାକଲ କଂପାନୀକୁ ଟେଣ୍ଡର ଦିଆଯାଇଥିଲେ ମଧ୍ୟ ତାଳଚେର ଆରମ୍ଭ ନ କରିବା ଫଳରେ ପ୍ରତ୍ୟେକ୍ଷ ଭାବରେ ୧୬୦୦ ଠିକା ଶ୍ରମିକ ୬୫୦ ସ୍ଥାୟୀ କର୍ମଚାରୀ ଏବଂ ପରୋକ୍ଷ ଭାବରେ ୨୦ ହଜାର ଶ୍ରମିକ ଏବଂ ୬ ଟି ଗ୍ରାମ ପଂଚାୟତରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କ୍ଷତିଗ୍ରସ୍ତ ହେବେ । ଏହି ନିଷ୍ପତି ବିରୋଧରେ ଆଜି ତାଳଚେରରୁ ଆସିଥିବା ହଜାର ହଜାର ଶ୍ରମିକ କର୍ମଚାରୀ ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଲୋୟର ପି.ଏମ୍‌.ଜି ଛକ ପର୍ଯ୍ୟନ୍ତ ଏକ ଶୋଭଯାତ୍ରାରେ ଆସିଥିଲେ । ପି.ଏମ.ଜି ଛକ ଆଗରେ ଅନୁଷ୍ଠିତ ଶୋଭାଯାତ୍ରାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି ଡକ୍ଟର ରାମଚନ୍ଦ୍ର ଖୁଂଟିଆ ପୌରହିତ କରି ଏନ୍‌.ଟି.ପି.ସ୍ ତାଳଚେର ଥର୍ମାଲର କାର୍ଯ୍ୟ ଚାଲୁ ରଖିବା ଏବଂ ୧୩୨୦ ମେଗାୱାର କାରଖାନା ନିର୍ମାଣ କରିବା ପାଇଁ ଦାବୀ କରିଥିଲେ ।

ଏ.ଆଇ.ଟି.ୟୁ.ସିର – ରାମକୃଷ୍ଣ ପଣ୍ଡା, ସି.ଆଇ.ଟି.ୟୁ – ଜନାର୍ଦ୍ଦନ ପତି, ଏଚ.ଏମ୍‌.ଏସ୍‌. – ବି.ପି.ଦାସ, ୟୁ.ଟି.ୟୁ.ସି – ଜୟସେନ
ମେହେର,ଏ.ଆଇ.ସି.ସି.ଟି.ୟୁ – ରାଧାକାନ୍ତ ସେଠୀ, ଟି.ୟୁ.ସି.ସିର – ଜ୍ୟୋତି ରଂଜନ ମହାପାତ୍ର, ଶ୍ରୀ ବିଷ୍ଣୁ ମୋହନ ରଥ,ଦିଗମ୍ବର ଗଡ଼ନାୟକ,
ଉପେନ୍ଦ୍ର ଶର୍ମା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ପରିଶେଷର ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଶିଳ୍ପ,ଶକ୍ତି ମନ୍ତ୍ରୀ ଓ ଗୃହ ମନ୍ତ୍ରାଳୟରେ ଥିବା ମନ୍ତ୍ରୀ କ୍ୟାପ୍‌ଟେନ୍ ଶ୍ରୀଯୁକ୍ତ ଦିବ୍ୟ ଶଙ୍କର ତାଙ୍କର ବାସ ଭବନରେ ଭେଟି ସ୍ମାରକ ପତ୍ର ଦେଇଥିଲେ । ମନ୍ତ୍ରୀମୋହଦୟ ଏ ସଂପର୍କରେ ଖୁବ୍ ଶୀଘ୍ର ଏକ ଉଚ୍ଚ ସ୍ତରୀୟ ବୈଠକ ଡ଼ାକି ଏ ସଂପର୍କରେ ଆଲୋଚନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନର ପ୍ରତିନିଧି ଓ ସ୍ଥାନୀୟ ୟୁନିଅନମାନଙ୍କୁ ଡକାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରମିକ ଏକତା ମଂଚ ତରଫରୁ – ସଭାପତି – ବିନୋଦ କୁମାର ସାମଲ, ଉପସଭାପତି – ଶ୍ରବଣ କୁମାର ସାମଲ, କାର୍ଯ୍ୟକାରୀ ସଭାପତି – ପ୍ରଦିପ ସାମଲ, ସାଧାରଣ ସଂପାଦକ – ବିନୋବା ନନ୍ଦ ତ୍ରିପାଠୀ, ସହାକାରୀ ସଂପାଦକ – କାଳିଆ ନାଥ ପ୍ରମୁଖ ଏହି ଶୋଭା ଯାତ୍ରାରେ ଉପସ୍ଥିତ ଥିଲେ । ଏଥିରେ ୧୦୦ ରୁ ଉର୍ଦ୍ଧ୍ୱ ମହିଳା କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ ।

ଏହି ଶୋଭାଯାତ୍ରାକୁ ସାଂଗଠନିକ ଭାବରେ ଡକ୍ଟର ରାମଚନ୍ଦ୍ର ଖୁଂଟିଆଙ୍କ ନେତୃତ୍ୱରେ ପରିଚାଳନା କରିବା ସହିତ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଅଭିଭାଷଣ ରଖିଥିଲେ । କିପରି ଆଗାମୀ ଦିନରେ ପ୍ଲାଂଟଟିକୁ ବନ୍ଦ ନ କରି ଯଥାଶିଘ୍ର ନୂତନ ପାଂଟ କାର୍ଯ୍ୟ ଆରମ୍ଭ କରିବା ପାଇ ଯୁକ୍ତି ଉପସ୍ଥାପନ କରିଥିଲେ । ତତ୍‌ସହିତ ଭାରତର ପ୍ରଧାନମନ୍ତ୍ରୀ, ଶକ୍ତିମନ୍ତ୍ରୀ, ଶ୍ରମମନ୍ତ୍ରୀ ଏବଂ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking