27.1 C
Bhubaneswar
Saturday, July 27, 2024
Homeବଜେଟ୍ ବିଶେଷଜ୍ଞଙ୍କ ମତକିପରି ପ୍ରସ୍ତୁତ ହୁଏ ଦେଶର ସାଧାରଣ ବଜେଟ୍ ?

କିପରି ପ୍ରସ୍ତୁତ ହୁଏ ଦେଶର ସାଧାରଣ ବଜେଟ୍ ?

ନୂଆଦିଲ୍ଲୀ: ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାର .୦ର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ସବୁଥର ପରି ଏଥର ମଧ୍ୟ ବଜେଟକୁ ନେଇ ସାଧାରଣ ଲୋକଙ୍କ ଆଶା ରହିଛି ତେବେ କିପରି ପ୍ରସ୍ତୁତ ହୁଏ ବଜେଟ୍ ଏବଂ ଏହାକୁ ପ୍ରସ୍ତୁତ କରୁଥିବା ଟିମରେ କେଉଁମାନେ ସାମିଲ ରହିଥାନ୍ତି ?

ଦେଶର ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ସାଧାରଣତଃ ସେପ୍ଟେମ୍ୱର ମାସରୁ ପ୍ରକ୍ରିୟା ଆରମ୍ଭ ହୋଇଥାଏ ପ୍ରଥମ ପର୍ଯ୍ୟାୟରେ ସବୁ ମନ୍ତ୍ରାଳୟ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସହ ଅନ୍ୟ ସ୍ୱାୟତ ସଂସ୍ଥା ଏବଂ ସୁରକ୍ଷାବଳଙ୍କ ସହ ଖର୍ଚ୍ଚର ଅନୁମାନ କରାଯାଇଥାଏ କେଉଁ ମନ୍ତ୍ରାଳୟ କିମ୍ୱା ବିଭାଗକୁ କେତେ ଅର୍ଥ ଆବଶ୍ୟକତା ରହିଛି ଏନେଇ ଅନୁମାନ କରାଯାଇଥାଏ ଏହାପରେ ବିଭିନ୍ନ ଲୋକକଲ୍ୟାଣ ଯୋଜନା ପାଇଁ କେତେ ଟଙ୍କା ଆବଶ୍ୟକ ପଡିବ ତା ଉପରେ ବିବରଣୀ ନିଆଯାଇଥାଏ ଏହି ହିସାବରେ ବିଭିନ୍ନ ମନ୍ତ୍ରାଳୟ ପାଇଁ ଟଙ୍କା ଆବଣ୍ଟିତ କରାଯାଇଥାଏ

ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ସବୁ ମନ୍ତ୍ରାଳୟ ସହ ଆଲୋଚନା ହୋଇଥାଏ କିନ୍ତୁ ମୁଖ୍ୟ ରୂପରେ ଅର୍ଥ ସଚିବ, ରାଜସ୍ୱ ସଚିବ ଏବଂ ବ୍ୟୟ ସଚିବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏହିମାନେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଙ୍କୁ ଖର୍ଚ୍ଚ ଏବଂ ଆୟର ଆନୁମାନିକ ବିବରଣୀ ପ୍ରଦାନ କରିଥାନ୍ତି ବଜେଟ୍ ଆଗତ ହେବା ପର୍ଯ୍ୟନ୍ତ, ଅଧିକାରୀଙ୍କ ବୈଠକ ଜାରି ରହିଥାଏ

ବଜେଟ୍ ପ୍ରସ୍ତୁତ ସମୟରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କୁ ମଧ୍ୟ ଟିମର ସାମିଲ କରାଯାଇ ସେମାନଙ୍କ ପରାମର୍ଶ ନିଆଯାଇଥାଏ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଟିମକୁ ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ମଧ୍ୟ ଆବଶ୍ୟକତା ରହିଥାଏ। ଏହି ଟିମକୁ ବିଭିନ୍ନ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ମାର୍ଗଦର୍ଶନ କରିଥାଏ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking