37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶପରିସ୍ରାରେ ରକ୍ତ ପଡ଼ିବା କେତେ କ୍ଷତିକାରକ? କେଉଁ ରୋଗର ଲକ୍ଷଣ ଚିହ୍ନାଏ ଏବଂ ଖାମଖିଆଲ କଲେ...

ପରିସ୍ରାରେ ରକ୍ତ ପଡ଼ିବା କେତେ କ୍ଷତିକାରକ? କେଉଁ ରୋଗର ଲକ୍ଷଣ ଚିହ୍ନାଏ ଏବଂ ଖାମଖିଆଲ କଲେ ଏହା ଶରୀରକୁ କେତେ କ୍ଷତି ପହଁଞ୍ଚାଏ , ଜାଣିରଖନ୍ତୁ

ନୂଆଦିଲ୍ଲୀ: ଯୌନାଙ୍ଗ ସମ୍ବନ୍ଧୀତ ସମସ୍ୟାକୁ ଲାଜ ଭାବି ଆମେ ଅନ୍ୟ ଆଗରେ ପ୍ରକାଶ କରିବାକୁ ବେଳେବେଳେ କୁଣ୍ଠାବୋଧ କରୁ । ଖାଲି ଏତିକି ନୁହେଁ ଡାକ୍ତରଙ୍କ ପରାମର୍ଶ ନେବାକୁ ଗଲା ବେଳେ ବି ଆଜି ଯିବି କାଲି ଯିବି କହି ସମୟ ଗଡ଼ାଉ । କିନ୍ତୁ ଏଭଳି କରିବା ଯେ ପରମୁହୂର୍ତ୍ତରେ ନିଜକୁ ଭାରି ପଡ଼ିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ସମୟ ଥାଉ ଥାଉ ସମସ୍ୟାର ସମାଧାନ ନ ଖୋଜିଲେ ନେଡ଼ି ଗୋଡ଼ କହୁଣିକୁ ବୋହିଗଲା ଭଳି ସାର ହେବ । ବ୍ରିଟେନର ଜଣାଶୁଣା ଡାକ୍ତର ମିରିୟମ୍ ଷ୍ଟୋପାର୍ଡଙ୍କ ମୁତାବକ , କିଛି ଲୋକଙ୍କ ୟୁରିନରେ ରକ୍ତ ବାହାରିବା ଭଳି ସମସ୍ୟା ଦେଖାଯାଏ । ଯାହା ଏକ ଗମ୍ଭୀର ରୋଗର ଲକ୍ଷଣ ମଧ୍ୟ ହୋଇଥାଇପାରେ ତେଣୁ ପରିସ୍ରା କରିବା ସମୟରେ ଆମକୁ ଏ ବିଷୟରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
ଡାକ୍ତର ଷ୍ଟୋପାର୍ଡ ଏକ ଆର୍ଟିକଲରେ ଲେଖିଛନ୍ତି ଯେ , ଜଣେ ବାନ୍ଧବୀ ବ୍ୟତିବ୍ୟସ୍ତ ହୋଇ ତାଙ୍କୁ ଥରେ ଫୋନ୍ କରି ପରିସ୍ରାରେ ରକ୍ତ ଆସୁଥିବା କଥା କହିଥିଲେ । ଷ୍ଟୋପାର୍ଡ ତାଙ୍କୁ ପ୍ରଶ୍ନ କରିଥିଲେ ଯେ , କ’ଣ ସେ ଖାଦ୍ୟରେ ବିଟ୍ ଖାଇଥିଲେ? ବାନ୍ଧବୀଙ୍କ ଉତ୍ତର ଥିଲା ହଁ । ଏହାର ଉତ୍ତରରେ ସେ କହିଥିଲେ ଯେ ବେଳେବେଳେ ବିଟ୍ ଖାଇବା ପରେ ପରିସ୍ରାର ରଙ୍ଗ ଗୋଲାପୀ ହୋଇଯାଏ ଯାହା ରକ୍ତ ଭଳି ଦେଖାଯାଏ । ବିଟ୍ ର ରଙ୍ଗ ଲାଲ୍ ହେବା କାରଣରୁ ଏହା ପରିସ୍ରାରେ ସମାନ ମାତ୍ରାରେ ଖେଳେଇ ହୋଇଯାଏ । ଯେତେବେଳେ ପରିସ୍ରା , ପ୍ର୍ରୋଷ୍ଟେଟ୍ ବା କିଡନି କ୍ୟାନ୍ସରର ପରୀକ୍ଷା କରାଯାଏ । ଅସଲ ସମସ୍ୟା କ’ଣ ଜଣାପଡିଥାଏ । ବ୍ଲେଡର୍ କ୍ୟାନ୍ସରର ସାଧାରଣ ଲକ୍ଷଣ ହେଉଛି ପରିସ୍ରାରେ ରକ୍ତ ଆସିବା । ଯାହାକୁ ‘ହିମେଟ୍ୟୁରିଆ’ ମଧ୍ୟ କୁହାଯାଏ । ଡାକ୍ତରଙ୍କ କହିବାନୁସାରେ , ବ୍ଲେଡର୍ କ୍ୟାନ୍ସରରେ ପାଖାପାଖି ୮୦ % ରୋଗୀଙ୍କ ମଧ୍ୟରେ ଏହି ସମସ୍ୟା ଦେଖିବାକୁ ମିିଳିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking