30.1 C
Bhubaneswar
Wednesday, May 28, 2025
Homeଓଡିଶାହୋଟେଲ ରୁମ୍‌ରେ ପ୍ରେମିକା ସହ ବିତାଉଥିଲେ ସମୟ , ହଠାତ୍ ଚାଲିଗଲା ଜୀବନ; ମୃତଦେହ ପାଖରେ...

ହୋଟେଲ ରୁମ୍‌ରେ ପ୍ରେମିକା ସହ ବିତାଉଥିଲେ ସମୟ , ହଠାତ୍ ଚାଲିଗଲା ଜୀବନ; ମୃତଦେହ ପାଖରେ ବସି କାନ୍ଦିଲେ ପ୍ରେମିକ…

ବରଗଡ଼ : ହୋଟେଲ ରୁମ୍‌ରେ ପ୍ରେମିକାର ସନ୍ଦେହ ଜନକ ମୃତ୍ୟୁ । କଲେଜକୁ ନଯାଇ, ହୋଟେଲକୁ ଯାଇଥିଲେ । କିଛି ସମୟ ହୋଟେଲରେ ସମୟ ବିତାରଇଲେ ପ୍ରେମି ଯୁଗଳ । ପ୍ରେମିକାଙ୍କ ସହ ଅନ୍ତରଙ୍ଗ ସମୟ ବିତାଇବା ବେଳେ ବିଗିଡିଗଲା ସ୍ଥିତି। ପ୍ରେମିକ ଆଗରେ ଚାଲିଗଲା ଜୀବନ। କିଛି ବୁଝିନପାରି ଅବାକ ହୋଇଗଲେ ଯୁବକ। ପ୍ରେମିକା ମୃତଦେହ ପାଖରେ ବସି ଭୋ ଭୋ ହୋଇ କାନ୍ଦିବାକୁ ଆରମ୍ଭ କରିଦେଇଥିଲେ। ଏଭଳି ମୃତ୍ୟୁକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ପୋଲିସ ଆଗରେ ଘଟଣା ସମ୍ପର୍କରେ ବଖାଣିଛନ୍ତି ପ୍ରେମିକ । ବରଗଡ଼ ଗାଇସିଲେଟ୍‌ ଥାନା ଅଞ୍ଚଳର ଏହି ଘଟଣାକୁ ସାମ୍ନାକୁ ଆସିଛି।

ସୂଚନା ମୁତାବିକ, ଗାଇସିଲେଟ୍‌ ଥାନା ଅଞ୍ଚଳରେ ଏହି ନାବାଳିକା ଜଣଙ୍କ ବରଗଡ଼ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇର ଛାତ୍ରୀ ଅଟନ୍ତି । ସବୁଦିନ ପରି ଆଜି ମଧ୍ୟ ସେ ଘରୁ କଲେଜ ଅଭିମୁଖେ ବାହାରିଥିଲେ । ଘରୁ ବାହାରି ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ । ସେଠାରେ ବଲାଙ୍ଗୀର ସଦର ଥାନା ଜଣେ ଯୁବକ ଜଣକ ଆସିଦେଖା କରିଥିଲେ। ପରେ ନାବାଳିକା ଜଣଙ୍କ କଲେଜ ଯିବା ବଦଳରେ ଏକ ଗାଡି ସାହାଯ୍ୟରେ ବରଗଡ଼ ରେଲଓ୍ୱ ଷ୍ଟେସନ ଯାଇଥିଲେ । ସେଠାରେ ତାଙ୍କ ପ୍ରେମିକଙ୍କ ସହ ଏକ ଲଜ୍‌ ରୁମ୍‌କୁ ଯାଇଥିଲେ । ଲଜ୍‌ରେ ପ୍ରେମିକାଙ୍କ ହଠାତ୍‌ ମୃତ୍ୟୁ ହୋଇଥିଲା । କିନ୍ତୁ ପୋଲିସ ଆଗରେ ପ୍ରେମିକ ଯାହା କହିଲା । ତାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରେମିକ ସହିତ ଶାରିରୀକ ସଂପର୍କ ରଖିବା ପରେ ପ୍ରେମିକାର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ଯାହାକି ପୋଲିସ ଆଗରେ ସ୍ୱୀକାର କରିଛି ପ୍ରେମିକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking