ଭୁବନେଶ୍ୱର : ହୋଟେଲ ‘ନିୟନ୍ତ୍ରଣ’ ରେ ବଡ ଧରଣର ଘୋଟାଲା । ୧୭ ଲକ୍ଷ ୫୦ ହଜାର ଚଳୁ କରିନେଇଥିବା ଅଭିଯୋଗ । ଓଟିଡିସିର ମ୍ୟାନେଜର ଅର୍ଦ୍ଧେନ୍ଦୁ ମହାନ୍ତି ଗିରଫ ହୋଇଛନ୍ତି । ଠିକା କର୍ମଚାରୀ ସୁନୀଲ ଘଡେଇ ମଧ୍ୟ ଠକେଇ ଅଭିଯୋଗରେ ଗିରଫ । ବିଗତ ୬ ମାସର ଟଙ୍କା ଡିପୋଜିଟ ନ କରି ଚଳୁ କରିବା ଅଭିଯୋଗ । ଖବର ଅନୁଯାୟୀ, ଗତ୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିଲେ। ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଦୁଇ କର୍ମଚାରୀ । ଅଡିଟ ବେଳେ ଏଭଳି ତଥ୍ୟ ଜଣାପଡିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ଓଟିଡିସ ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଏବଂ ଠିକା କର୍ମଚାରୀ ସୁନିଲ ଘଡେଇଙ୍କୁ ଗିରଫ କରାଯାଇଛି । ବୁଧବାର ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୋଲିସ ।