27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଦିଲ୍ଲୀରେ ପ୍ରବଳ ଗରମ ସାଙ୍ଗକୁ ଉତ୍କଟ ଜଳ ସମସ୍ୟା, ଡହଳବିକଳ ସହରବାସୀ

ଦିଲ୍ଲୀରେ ପ୍ରବଳ ଗରମ ସାଙ୍ଗକୁ ଉତ୍କଟ ଜଳ ସମସ୍ୟା, ଡହଳବିକଳ ସହରବାସୀ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବୋଝ ଉପରେ ନଳିତା ବିଡ଼ା ପରି ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଉତ୍କଟ ଜଳ ସମସ୍ୟା ଦେଖିବାକୁ ମିଳିଛି । ଭୀଷଣ ଖରାରେ ପାଣି ଟିକିଏ ପାଇଁ ଡହଳବିକଳ ହେଉଛନ୍ତି ସ୍ଥାନୀୟ ଲୋକେ । ଯମୁନା ନଦୀରେ କ୍ରମାଗତ ଭାବେ ଜଳସ୍ତର କମିବା ଲାଗିଥିବା ବେଳେ ଟ୍ୟାଙ୍କର ଉପରେ ନିର୍ଭରଶୀଳ ସହରବାସୀ । ସେପଟେ ଜଳ ସଙ୍କଟ ନେଇ ଦିଲ୍ଲୀ ସରକାର ହରିୟାଣାକୁ ଦାୟୀ କରିଛନ୍ତି । ଭୀଷଣ ଖରା ମଧ୍ୟରେ ଚାଣକ୍ୟପୁରୀର ସଞ୍ଜୟ କ୍ୟାମ୍ପ ଅଞ୍ଚଳରେ ଲୋକେ ପାଣି ପାଇଁ ଟ୍ୟାଙ୍କର ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି । ଆଜି ପାଣି ଭରିବା ପାଇଁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।

ଟ୍ୟାଙ୍କର ଆସିବା ମାତ୍ରେ ସ୍ଥାନୀୟ ଲୋକେ ଗରା, ହାଣ୍ଡି, ବାଲ୍ଟି ଧରି ଟ୍ୟାଙ୍କର ପଛରେ ଦୌଡ଼ିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏନେଇ ଜଣେ ସ୍ଥାନୀୟ ଲୋକ କହିଛନ୍ତି ଯେ କଲୋନୀରେ ବହୁ ଲୋକ ରହୁଥିବା ବେଳେ ଗୋଟିଏ ପାଣି ଟ୍ୟାଙ୍କର ଆସୁଛି । ଯାହାକି ନିଅଣ୍ଟ ହେଉଛି ବୋଲି ସେ କହିଛନ୍ତି । ସେହିପରି ଗୀତା କଲୋନିର ଜଣେ ମହିଳା କହିଛନ୍ତି, “ଟ୍ୟାଙ୍କର ପ୍ରତିଦିନ ଆସୁଛି, କିନ୍ତୁ ଲୋକଙ୍କୁ ଉପଯୁକ୍ତ ପରିମାଣରେ ପାଣି ମିଳିପାରୁନାହିଁ । କାରଣ ଟ୍ୟାଙ୍କର ପହଞ୍ଚିବା ମାତ୍ରେ ବହୁ ସମୟରୁ ଅପେକ୍ଷା କରିଥିବା ଲୋକେ ଧାଁ ଧପଡ଼ କରୁଛନ୍ତି ଓ ଦେଖୁ ଦେଖୁ ପାଣି ଶେଷ ହୋଇଯାଉଛି । କାହାକୁ ପାଣି ମିଳୁଛି ତ ଆଉ କିଏ ଖାଲି ପାତ୍ର ଧରି ଫେରୁଛି । ସମସ୍ତେ ପ୍ରଥମେ ପାଣି ଭରିବା ଲାଗି ଉଦ୍ୟମ କରୁଛନ୍ତି । ଯାହା ଫଳରେ ବିବାଦ ମଧ୍ୟ ଉପୁଜିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking