29.4 C
Bhubaneswar
Saturday, May 4, 2024
Homeଓଡିଶାସରକାରୀ ଡାକ୍ତରଖାନାରେ ପ୍ରସୂତିଙ୍କୁ ଲାଞ୍ଚ ମାଗି ଅଡ଼ୁଆରେ କର୍ମଚାରୀ

ସରକାରୀ ଡାକ୍ତରଖାନାରେ ପ୍ରସୂତିଙ୍କୁ ଲାଞ୍ଚ ମାଗି ଅଡ଼ୁଆରେ କର୍ମଚାରୀ

ସୁବର୍ଣ୍ଣପୁର : ପୁଣି ଭାଇରାଲ ହୋଇଛି ପ୍ରସୂତିଙ୍କୁ ଲାଞ୍ଚ ମାଗିବା ଭିଡିଓ । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ କାର୍ଯ୍ୟରତ କର୍ମଚାରୀମାନେ ଟଙ୍କା ମାଗିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ବୌଦ୍ଧ ଜିଲ୍ଲା ଗୁଡଭେଲିପଦରର ନୀଳମଣି କୁମ୍ଭାର ଗତକାଲି ତାଙ୍କ ପତ୍ନୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସଂଧ୍ୟାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପରେ ମେଡିକାଲ କର୍ମଚାରୀ ନୀଳମଣିଙ୍କୁ ମାଗଣା ଚିକିତ୍ସା କରାଇଥିବା ଏକ ଖାତାରେ ଦସ୍ତଖତ କରାଇଥିଲେ । ହେଲେ ପରେ କାର୍ଯ୍ୟରତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନୀଳମଣିଙ୍କୁ ଟଙ୍କା ଲାଞ୍ଚ ମାଗିଥିଲେ । ସେ କହିଥିଲେ ଯେ, ଆମେ କେତେ ପରିଶ୍ରମ କରୁଛୁ । ତୁମ ଛୁଆର ରକ୍ତପୁଜ ସଭା କରୁଛୁ । ଆମକୁ କିଛି ଖର୍ଚ୍ଚ ଦିଅ । ନୀଳମଣି ଉତ୍ତର ଦେଇଥିଲେ ଯେ, ଏଠାରେ ତ ସବୁ ମାଗଣା । ତୁମେ ତ ଦରମା ପାଉଛ । ପୁଣି କି ପଇସା ବୋଲି ନୀଳମଣି ପ୍ରଶ୍ନ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ନୀଳମଣି । ଲାଞ୍ଚ ନଦେଲେ ରୋଗୀମାନଙ୍କୁ ନାହିଁ ନଥିବା ହଇରାଣ କରାଯାଉଥିବା ଅଭିଯୋଗ ହେଉଛି । ତେବେ ଏ ଲାଞ୍ଚ ଟଙ୍କା କର୍ମଚାରୀମାନେ ନେଉଛନ୍ତି ନା ଏଥିରେ ଆଉ କାହା ଭାଗ ରହୁଛି ତାହା ତଦନ୍ତ ହେବା ଜରୁରୀ ହୋଇପଡିଛି । ଏଭଳି ଘଟଣା ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ଘଟୁଥିଲେ ହେଁ ମେଡିକାଲ କର୍ତ୍ତୃପକ୍ଷ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ଡାକ୍ତରଖାନାରେ ପୂର୍ବରୁ ମଧ୍ୟ ପ୍ରସୂତିଙ୍କଠାରୁ ଲାଞ୍ଚ ନେବା ଘଟଣାର ଭିଡିଓ ଭାଇରାଲ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking