30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଦୁନିଆର କିଛି ବିପଦପୂର୍ଣ୍ଣ ରାସ୍ତା

ଦୁନିଆର କିଛି ବିପଦପୂର୍ଣ୍ଣ ରାସ୍ତା

ଭୁବନେଶ୍ୱର: ସଡକଏକ ଏମିତି ଜିନିଷ ଯାହା ସହରକୁ ସହର ଓ ଦେଶକୁ ଦେଶ ଯୋଡିଥାଏ । ଦୁନିଆରେ ପ୍ରତିବର୍ଷ ହଜାରେ କିଲୋମିଟର ସଡକ ନିର୍ମାଣ କରାଯାଏ । ହେଲେ ଦୁନିଆରେ ଆଜି ବି କିଛି ଏମିତି ସ୍ଥାନ ରହିଛି ଯେଉଁଠି ଆଜି ପର୍ଯ୍ୟନ୍ତ ସଡକ ନିର୍ମାଣ ହୋଇପାରିନାହିଁ । ହେଲେ ତଥାପି ସେଠାରେ ସବୁଦିନ ଲୋକଙ୍କ ଯିବାଆସିବା ଲାଗିରହିଥାଏ । ସେହି ସଡକରେ ଆପଣଙ୍କର ଗୋଟିଏ ଛୋଟିଆ ଭୁଲ ଆପଣଙ୍କୁ ମୃତ୍ୟୁ ବି ପହଂଚାଇପାରେ । ତେବେ ଏତେ ବିପଦଜନକ ହେବା ପରେ ବି ଲୋକେ ସେହି ସଡକପଥ ଦେଇ ଯିବାଆସିବା କରିବା ବନ୍ଦ କରନ୍ତିନି । ତାହେଲେ ଚାଲନ୍ତୁ ଜାଣିବା ଦୁନିଆର ଏମିକି କିଛି ସଡକପଥ ବିଷୟରେ ।
ପ୍ରଥମେ ଆସିବ ଗିବ୍ରାଲଟର ଏୟାରପୋର୍ଟ
ଦୁନିଆର ଏହା ଏମିତି ଏକମାତ୍ର ସଡକପଥ, ଯାହା ଗିବ୍ରାଲଟର ଏୟାରପୋର୍ଟ ରନୱେ ଦେଇ ଯାଇଥାଏ । ଏହି ସଡକ ମଧ୍ୟ ଦେଇ ପ୍ଲେନ ଉଡାଣ ଭରିଥାଏ । ଏହା ଦୁନିଆର ସବୁଠୁ ବିଚିତ୍ର ଓ ବିପଦଜନକ ଏୟାରପୋର୍ଟ ମଧ୍ୟରୁ ଗୋଟିଏ । ସେଠାରେ ଯେତେବେଳେ ପ୍ଲେନ ଉଡାଣ ଆରମ୍ଭ କରେ, ସେହି ସମୟରେ ସମସ୍ତ ଗାଡି ଚାଳକଙ୍କୁ ଅଟକାଇ ଦିଆଯାଏ । ଏହାର ରନୱେ ଛୋଟ ଥିବା କାରଣରୁ ଟେକଅଫ ଏବଂ ଲ୍ୟାଣ୍ଡିଂ କରିବା ମୁସ୍କିଲ ହୋଇଥାଏ । ଏହାର ଲମ୍ବମାତ୍ର ୧୭୭୭ ମିଟର । ସେଥିପାଇଁ ଏହାକୁ ଦୁନିଆର ସବୁଠୁ ବିପଦଜନକ ଏୟାରପୋର୍ଟ ବୋଲି  କୁହାଯାଏ ।
ଏହାପରେ ଆସିବ ରିଓ ରୋଡ
ବ୍ରାଜିଲର ସୁନ୍ଦର ସଡକ ମଧ୍ୟରୁ ଏହା ହେଉଛି ଅନ୍ୟତମ । ବ୍ରାଜିଲର ଏହା ହେଉଛି ଆଇକନିକ ରୋଡ୍ । ଏହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକେ ଆସନ୍ତି । ଏହି ରୋଡର ଲମ୍ବା ୧୩ କିମି ।  ସଂପୂର୍ଣ୍ଣ ଭାବରେ ପାହାଡକୁ କାଟି ଏହାକୁ ନିର୍ମାଣ କରାଯାଇଛି । ଛୋଟ ଛୋଟ ଗାଡି ସହଜରେ ଯିବା ଆସିବା କରିପାରେ । ମାତ୍ର ଅଧିକ ବୁଲାଣି ଯୋଗୁଁ ବଡ ବଡ ଗାଡି ଯିବା ପାଇଁ ସମସ୍ୟା ହୋଇଥାଏ ।
୩ୟରେ ଆସିବ ଲଦାଖ
ଭାରତର ଏହି ରାସ୍ତା ଦୁନିଆର ବିପଦଜନକ ରାସ୍ତା ଭିତରୁ ଗୋଟିଏ । ଏଠାରେ ଗାଡି ଚଲାଇବା ସମୟରେ ଡ୍ରାଇଭର ବି ଚିନ୍ତିତ ହୋଇ ଯାଆନ୍ତି । ଏହି ରାସ୍ତାରେ ଯିବା ଅର୍ଥ ନିଜ ମରଣକୁ ନିମନ୍ତ୍ରଣ କରିବା ସହ ସମାନ । କଂଚା ମାଟି ଏବଂ ସେଫଟି ବାରିଅର୍ସ ନଥିବା ହେତୁ ଏଠି ଅନେକ ଦୁର୍ଘଟଣା ବି ଘଟିଛି । ଖାଇରୁ ପଡିବା କାରଣରୁ ପ୍ରତିବର୍ଷ ଅନେକ ଲୋକଙ୍କ ପ୍ରାଣ ଏଠି ଯାଇଛି । କାରଣ ଏହି ସଡକ ଭୂପତନରୁ ପ୍ରାୟ ୩୫୨୮ ମିଟର ଉଚ୍ଚରେ ଅବସ୍ଥିତ । ଦେଖିବାକୁ ଗଲେ ଏହି ରାସ୍ତାରେ ମାତ୍ର ଗୋଟିଏ ହିଁ ଗାଡି ଯାଇପାରିବ । ଏହି ରାସ୍ତା ଛଡା ଆଉ କେଉଁଠି ବି ଏଭଳି ବିପଦପୂର୍ଣ୍ଣ ରାସ୍ତା ଦେଖିନଥିବା କୁହନ୍ତି ଡ୍ରାଇଭର ।
ଏହାପରେ ଆସିବ ୱାଟରଫଲ ରୋଡ ନରୱେ
ନରୱେ ନିଜର ସୁନ୍ଦର  ୱାଟରଫଲ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ନରୱେ ରେ ସ୍ଥାନେ ସ୍ଥାନେ ଆପଣ ଏମିତି  ୱାଟରଫଲ ଦେଖିବାକୁ ପାଇବେ । ୱାଟରଫଲ କାରଣରୁ ରାସ୍ତାସବୁ ଖସଡା ରହିଥାଏ । ସେଥିପାଇଁ ଅନେକ ସମୟରେ ଦୁର୍ଘଟଣାମାନ ମଧ୍ୟ ଘଟିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking