32.1 C
Bhubaneswar
Saturday, June 22, 2024
Homeଅପରାଧଖୋଲୁଛି ହନିଟ୍ରାପ କୁଇନ ଇରାନୀଙ୍କ ଗୁମର, ରିମାଣ୍ଡରେ ଯିବେ ବ୍ଳାକମେଲର ଦମ୍ପତି !

ଖୋଲୁଛି ହନିଟ୍ରାପ କୁଇନ ଇରାନୀଙ୍କ ଗୁମର, ରିମାଣ୍ଡରେ ଯିବେ ବ୍ଳାକମେଲର ଦମ୍ପତି !

ଭୁବନେଶ୍ୱର : ଖୋଲୁଛି ହନିଟ୍ରାପ କୁଇନ୍ ଇରାନୀ ଗୁମର । ଲମ୍ବୁଛି ଅଭିଯୋଗର ତାଲିକା । ରିମାଣ୍ଡରେ ଯାଇପାରନ୍ତି ଇରାନୀ ପାତ୍ର ଓ ସ୍ବାମୀ ନିଶିକାନ୍ତ ପାତ୍ର । ଆଜି ୪ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିବ ପୋଲିସ । ଅଧିକ ତଥ୍ୟ ପାଇଁ ଇରାନୀ ଓ ନିଶିକାନ୍ତଙ୍କ ମୋବାଇଲକୁ ଷ୍ଟେଟ୍ ଫରେନସିକ୍ ଲ୍ୟାବକୁ ପଠାଯିବ । ମୋବାଇଲ ସିଡିଆରର ମଧ୍ୟ ଆନାଲିସିସ୍ କରୁଛି ପୋଲିସ । ମୋବାଇଲରେ ସବୁ ଚାଟ ଓ ତଥ୍ୟ ଡିଲିଟ୍ କରିଦେଇଛି ଇରାନୀ । ତାକୁ ରିକଭରୀ କରିବାକୁ ପ୍ରୟାସ ଚାଲିଛି ।ସେପଟେ ଇରାନୀ ଗ୍ୟାଙ୍ଗ ନାଁରେ ବଢୁଛି ଅଭିଯୋଗର ତାଲିକା । ଜଣକ ପରେ ଜଣେ ଆସି ଥାନାରେ ଅଭିଯୋଗ କରୁଛନ୍ତି। ଆଜି ମଧ୍ୟ କିଛି ଲୋକ ଅଭିଯୋଗ ଆଣିବା ନେଇ ସୂଚନା ମିଳିଛି। ଯାଜପୁରରୁ ଭୁବନେଶ୍ବର ଯାଏ ଲମ୍ବିଛି ବ୍ଲାକେମେଲିଂ ଚେର । ସମସ୍ତଙ୍କୁ ଫସାଇବା ତରିକା ଥିଲା ସମାନ । ପ୍ରଥମେ ଫେସବୁକରେ ଫ୍ରେଣ୍ଡସିପ୍ । ତାପରେ ନମ୍ବର ଦିଆନିଆ । ସମ୍ପର୍କ ଘନିଷ୍ଠ ହେବା ପରେ ଆରମ୍ଭ ହେଉଥିଲା ଅସଲ ଖେଳ । ତମାଣ୍ଡୋର ନାରଗୋଦା ଘରକୁ ଡାକି ଇରାନୀ ଗ୍ୟାଙ୍ଗ କରୁଥିଲେ ବ୍ଲାକମେଲ ଓ ଲୁଟପାଟ । ହନିଟ୍ରାପର କାର୍ପଟଦାର ଥିଲା ଇରାନୀ ପାତ୍ରଙ୍କ ସ୍ବାମୀ ନିଶିକାନ୍ତ ପାତ୍ର ଓରଫ ବାପି । ବ୍ଲାକମେଲିଂ ଓ ହନିଟ୍ରାପର ଖିଅ ଖୋଜିବାକୁ ଅଣ୍ଚା ଭିଡିଛି ତମାଣ୍ଡୋ ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking