ଭୁବନେଶ୍ୱର : ପ୍ରଜାତନ୍ତ୍ର ପ୍ରତିଷ୍ଠା ଉତ୍ସବରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବକ୍ତବ୍ୟ । ଓଡିଶାର ଅଚ୍ଛେଦିନ୍ ଆସିଗଲା ବୋଲି କହିଲେ ଅମିତ ଶାହ । ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ଅମିତ ଶାହ । ଉତ୍କଳ ଭୂମିରେ ପାଦ ରଖିଲେ ମନରେ ଆସେ ଭକ୍ତିଭାବ । ଯେବେ ମୁଁ ଓଡିଶା ଆସେ ପ୍ରଥମେ ମହାପ୍ରଭୁଙ୍କୁ ପ୍ରଣାମ ଜଣାଏ । ଆଜି ସମସ୍ତ ଓଡିଶା ବାସୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏହି ମାଟିରେ ଜନ୍ମିତ ଦ୍ରୈାପଦୀ ମୁର୍ମୁ ଆଜି ମହାମହିମ ପାଲଟିଛନ୍ତି । ସାରା ଦେଶର ଆଦିବାସୀ ଓ ଗରିବଙ୍କ ପାଇଁ ଏହା ଗୈାରବର କଥା । ଓଡିଶାର ଅଚ୍ଛେଦିନ୍ ଆସିଗଲା ବୋଲି କହିଲେ ଅମିତ ଶାହ । ଅନେକ ଓଡିଆଙ୍କୁ କେନ୍ଦ୍ରରେ ପ୍ରତିନିଧିତ୍ୱର ସୁଯୋଗ ମିଳିଛି । ଦ୍ରୈାପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଛନ୍ତି , ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ , ଅଶ୍ୱିନୀ ବୈଷ୍ଣବ , ବିଶେଶ୍ୱର ଟୁଡୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି । ଓଡିଶା ଭିତରେ ବିକାଶର ଅପାର ସମ୍ଭାବନା ରହିଛି । ପୁରା ଓଡିଶା ଖଣିଜ ସମ୍ପଦରେ ଭରପୁର ରହିଛି । ଓଡିଶାର ଉଜ୍ୱଳ ଭବିଷ୍ୟତ ଦେଖିପାରୁଥିବା କହିଛନ୍ତି ଅମିତ ଶାହ ।