ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ୨୦ରୁ ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲପାଳ ନିଷ୍ପତ୍ତି ନେଇଛନ୍ତି । ଅଙ୍ଗନୱାଡି କେନ୍ଦ୍ର ଓ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରଖିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି । କିନ୍ତୁ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଗୁଡିକ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୌଦ୍ଧରେ ଆଜିଠୁ ୨୨ତାରିଖ ଯାଏ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ସେହିପରି କଳାହାଣ୍ଡିରେ ଆଜିଠୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ କଲେଜ,ଅଙ୍ଗନୱାଡିକୁ ଛୁଟି ଘୋଷଣା କରାଯାଇଛି। ସୁବର୍ଣ୍ଣପୁର ଜିଲାରେ ମଧ୍ୟ ଶନିବାରଠାରୁ ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଏବଂ ବଲାଙ୍ଗୀରରେ ମଧ୍ୟ ଶନିବାରଠାରୁ ଆସନ୍ତା ୨୧ ତାରିଖ ଯାଏ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।










