ଭୁବନେଶ୍ୱର: ନୂଆଖାଇ ପରଦିନ ପଶ୍ଚିମ ଓଡିଶାର ୨ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି । ସମ୍ବଲପୁର, ବରଗଡ ଜିଲ୍ଲାରେ ୨୧ ତାରିଖ ପାଇଁ ଛୁଟି ଘୋଷଣା କରାଯାଇଛି । ସୁନ୍ଦରଗଡ ଉପଖଣ୍ଡ ମଧ୍ୟ ୨୧ ତାରିଖ ପାଇଁ ଛୁଟି ଘୋଷଣା କରାଯାଇଥିବା ସୂଚନା ରହିଛି । ୨ ଜିଲ୍ଲା ଓ ସୁନ୍ଦରଗଡ ପାଇଁ ଛୁଟି ଘୋଷଣା କଲେ ଉତ୍ତରାଞ୍ଚଳ ଆରଡିସି । ନୂଆଖାଇ ପରଦିନ ସ୍ଥାନୀୟ ଛୁଟି ଘୋଷଣା ପାଇଁ ଦାବି ହୋଇଥିଲା ।ପୂର୍ବରୁ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, ଝାରସୁଗୁଡା ପାଇଁ ଛୁଟି ଘୋଷଣା ହୋଇଛି ।