29.1 C
Bhubaneswar
Friday, July 19, 2024
Homeଓଡିଶାସମ୍ବାଦ ଅଫିସରେ ଇଓଡବ୍ଲୁ ଟିମ

ସମ୍ବାଦ ଅଫିସରେ ଇଓଡବ୍ଲୁ ଟିମ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳରେ ଥିବା ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟରେ ଇଓଡବ୍ଲୁ ଟିମ୍ ପହଞ୍ଚିଛି। ଲୋନ ଠକେଇ ଅଭିଯୋଗ ନେଇ ଇଓଡବ୍ଲୁ ଟିମ୍ ଯାଞ୍ଚ କରିବାକୁ ପହଞ୍ଚିଥିବା ସୂଚନା ମିଳିଛି । ୩ଟି ଟିମ୍‌ରେ ୧୨ ଜଣ ଅଫିସର ଓ କମିଶନରେଟ୍‌ ପୋଲିସ ଏଥିରେ ସାମିଲ ଅଛନ୍ତି ।

ଏହା ପୂର୍ବରୁ ନିଜ କର୍ମଚାରୀଙ୍କ ନାଁରେ ଲୋନ୍ ଦୁର୍ନୀତି କରୁଥିବା ଅଭିଯୋଗ ମାମଲାରେ ଦୈନିକ ଖବରକାଗଜ ସମ୍ବାଦର ପ୍ରକାଶକ କମଳାକାନ୍ତ ମହାପାତ୍ରଙ୍କୁ ଗତକାଲି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା-ଇଓଡବ୍ଲୁ ପଚରାଉଚରା କରିଥିଲା। ତେବେ ଏନେଇ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିନଥିଲେ କମଳାକାନ୍ତ ।

କର୍ମଚାରୀଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ଲୋନ୍ କରାଯାଉଥିବା ଅଭିଯୋଗରେ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ମାନବସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତୀ କରଙ୍କ ବିରୋଧରେ ସମ୍ବାଦର ଜଣେ ପୂର୍ବତନ କର୍ମଚାରୀ ଅଭିଯୋଗ କରିଥିଲେ। ତାଙ୍କ ବିନା ଅନୁମତିରେ ନକଲି ଆକାଉଣ୍ଟ ତିଆରି କରି ୫ ଲକ୍ଷ ଟଙ୍କା ୠଣ ଉଠାଯାଇଥିବା ସେ ଦର୍ଶାଇଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking