37.1 C
Bhubaneswar
Saturday, May 18, 2024
Homeଓଡିଶାହାଇୱାକୁ ପିଟିଲା ବାଇକ୍‌, ଜଣେ ମୃତ, ୨ ଗୁରୁତର

ହାଇୱାକୁ ପିଟିଲା ବାଇକ୍‌, ଜଣେ ମୃତ, ୨ ଗୁରୁତର

ଭଞ୍ଜନଗର: ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜାମଗୁଡା ଗ୍ରାମ ନିକଟରେ ହାଇୱାକୁ ପିଟିଲା ବାଇକ୍ । ଘଟଣାସ୍ଥଳରେ ବାଇକ୍ ଚାଳକ-ବିକ୍ରମ ଗୌଡ (୪୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି । ସେମାନେ ହେଲେ ରବିନ୍ଦ୍ର ପ୍ରଧାନ( ୩୨), ସ୍ତ୍ରୀ ରଶ୍ମିତା ପ୍ରଧାନ। ଏମାନଙ୍କ ଘର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଚିକିଲି ଗ୍ରାମରେ ବୋଲି ଜଣାପଡିଛି । ଖବର ପ୍ରକାରେ ମଙ୍ଗଳବାର ରାତିରେ ଚିକିଲି ଗ୍ରାମରୁ ଏକ ବାଇକ୍‌ରେ ଏମାନେ ତନରଡା ଗ୍ରାମରେ ରହୁଥିବା ସଂପର୍କୀୟ ଘରକୁ ଯାଇ ନିଜ ଗ୍ରାମ ଚିକିଲିକୁ ଫେରୁଥିଲେ ।

ଏହି ସମୟରେ ଜାମଗୁଡା ଗ୍ରାମ ନିକଟ ରାସ୍ତା ପାଶ୍ୱର୍ରେ ଠିଆ ହେଇଥିବା ଏକ ହାଇୱାକୁ ବାଇକ୍‌ଟି ଦ୍ରୁତଗତିରେ ଧକ୍କା ହୋଇଥିଲା । ବାଇକ୍‌ରେ ବସିଥିବା ଚାଳକଙ୍କ ସମେତ ୨ ସହଯୋଗୀ ଛିଟିକି ହୋଇ ପଡିଯାଇଥିଲେ । ଘଟଣାସ୍ଥଳରେ ଚାଳକ ବିକ୍ରମଙ୍କ ମୃତ୍ୟୁ ହେଇଥିବା ବେଳେ ରବିନ୍ଦ୍ର ଓ ତାଙ୍କ ସ୍ତ୍ରୀ ରଶ୍ମିତା ଗୁରୁତର ହୋଇଥିଲେ । ଉଭୟଙ୍କୁ ଗ୍ରାମବାସୀ ଉଦ୍ଧାର କରି ଭଞ୍ଜନଗର ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକ ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଥିଲା । ଜଗନ୍ନାଥପ୍ରସାଦ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି । ଶବ ବ୍ୟବଛେଦ ପାଇଁ ପଠାଇ ପୋଲିସ୍ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking