33.1 C
Bhubaneswar
Friday, May 17, 2024
Homeଅପରାଧସାଙ୍ଗକୁ ପିଟିପିଟି ହତ୍ୟା କଲେ ଅନ୍ୟ ଦୁଇ ଜଣ ସାଙ୍ଗ

ସାଙ୍ଗକୁ ପିଟିପିଟି ହତ୍ୟା କଲେ ଅନ୍ୟ ଦୁଇ ଜଣ ସାଙ୍ଗ

ଜଗତସିଂହପୁର : ସାଙ୍ଗକୁ ପିଟିପିଟି ହତ୍ୟା କଲେ ଅନ୍ୟ ଦୁଇ ଜଣ ସାଙ୍ଗ। ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ସାଳଜଙ୍ଗ ପଞ୍ଚାୟତ ଚାରିବାଟିଆ ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ସାଗର ନାୟକ। ସାଗରଙ୍କୁ ତାଙ୍କର ଦୁଇ ସାଙ୍ଗ ଦିଲୁ ସାମଲ ଓ ପ୍ରତାପ ବେହେରା ହତ୍ୟା କରିଥିବା ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଗାଁ ଛକରେ ଥିବା ଏକ କଦମ୍ବ ଗଛ ମୂଳରେ ସାଗର, ଦିଲୁ ଓ ପ୍ରତାପ ଏକାଠି ବସି ଥିଲେ। ତେବେ କୌଣସି କାରଣରୁ ସାଗରଙ୍କ ସହ ଦିଲୁ ଓ ପ୍ରତାପଙ୍କର ବଚସା ହୋଇଥିଲା। ପରେ ଦିଲୁ ଓ ପ୍ରତାପ ସାଗରଙ୍କୁ ଲୁହା ରଡ୍‌ ଓ କାଠ ଫାଳିଆରେ ପିଟିଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସାଗରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସାଗରଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଦିଲୁକୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି। ଘଟଣା ପରେ ପ୍ରତାପ ଫେରାର ହୋଇଯାଇଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking