24.1 C
Bhubaneswar
Saturday, January 11, 2025
Homeଓଡିଶାମଡେଲ୍ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ମଡେଲ୍ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ଭୁବନେଶ୍ୱର : ମଡେଲ୍ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ମୃତକଙ୍କ ପରିବାରର ଅଭିଯୋଗ ଅନୁୟାୟୀ ୩ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା, ତାହା ଅଭିଯୋଗକାରିଣୀଙ୍କୁ ଜଣାଇବା ପାଇଁ ବି ନିର୍ଦେଶ ଦେଇଛନ୍ତି । ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ କଳାରାହାଙ୍ଗ ଠାରେ ଗତ ଜାନୁଆରୀ ୩୦ରେ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଥିଲେ । ତେବେ ସୌମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକାଙ୍କୁ ଦାୟୀ କରିଥିଲେ ପରିବାର । ପୋଲିସ ସୁଇସାଇଡ୍ ନୋଟ୍ ସହିତ ସୌମ୍ୟ ବ୍ୟବହାର କରୁଥିବା ୨ଟି ଫୋନ ଜବତ କରି ତଦନ୍ତ କରୁଛି । ତେବେ ପୋଲିସର ନିରବତା ନେଇ ଗତ ଫେବ୍ରୁଆରୀ ୨ରେ ସୌମ୍ୟଙ୍କ ଭଉଣୀ ଇନ୍‌ଫୋସିଟି ଥାନା ଓ ପରେ ୧୯ ତାରିଖରେ ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ । ତଦନ୍ତରେ କୌଣସି ଅଗ୍ରଗତି ନହେବାରୁ ସୌମ୍ୟଙ୍କ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ବି ହୋଇଥିଲେ । ସୂଚନାଯୋଗ୍ୟ, ଗତ ଜାନୁଆରୀ ମାସ ୩୦ ତାରିଖରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା । ସୌମ୍ୟଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ଦାୟୀ କରୁଥିବା ଯୁବତୀଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଏନେଇ ସୌମ୍ୟଙ୍କ ଭଉଣୀ କହିଛନ୍ତି, ‘ମୋ ଭାଇ ସୁଇସାଇଡ୍ ନୋଟ୍‌ରେ ଲେଖିଛି ଯେ, ତା ମୃତ୍ୟୁ ପଛରେ ସୋନାଲି ଦାୟୀ । ଆଜି ପର୍ଯ୍ୟନ୍ତ ପୋଲିସ୍ ଏହି ମାମଲାରେ କୌଣସି ପ୍ରକାରର ଆକ୍ସନ୍ ନେଇ ନାହିଁ । ଏମିତି କି ସୋନାଲିକୁ ଡାକି କାଉନସେଲିଂ ମଧ୍ୟ କରାଯାଇନାହିଁ । ଭାଇଙ୍କ ଫୋନ୍‌ରେ ଯଥେଷ୍ଟ ଏଭିଡେନ୍ସ ଥାଇ ମଧ୍ୟ ପୋଲିସ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରୁନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking