31.7 C
Bhubaneswar
Saturday, June 20, 2026
Homeଓଡିଶାବଦଳିପାରେ ହାଇସ୍କୁଲ ୟୁନିଫର୍ମ

ବଦଳିପାରେ ହାଇସ୍କୁଲ ୟୁନିଫର୍ମ

ଭୁବନେଶ୍ୱର : ଆଗାମୀ ଦିନରେ ବଦଳିପାରେ ସ୍କୁଲ ୟୁନିଫର୍ମ। ଏନେଇ ସଙ୍କେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପ୍ରାଇମେରୀ ସ୍କୁଲ ପିଲାଙ୍କ ଡ୍ରେସର ରଙ୍ଗ ଯେପରି ଅଛି, ସେହିପରି ରହିବ। ହେଲେ ହାଇସ୍କୁଲ ପିଲାଙ୍କ ଡ୍ରେସର ରଙ୍ଗ ପରିବର୍ତ୍ତନ କରାଯାଇପାରେ। ଏନେଇ ଆଲୋଚନା କରାଯାଉଥିବା ନେଇ ସେ ସୂଚନା ଦେଇଛନ୍ତି। ଗତ କିଛି ଦିନ ପୂର୍ବରୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ବଦଳି ଥିଲା । ପୁଣି ଥରେ ଏହି ୟୁନିଫର୍ମ ରଙ୍ଗ ବଦଳିପାରେ ବୋଲି ସୂଚନା ମିଳିଛି । ତେବେ ୟୁନିଫର୍ମର ରଙ୍ଗ କେଉଁ ରଙ୍ଗ ହେବ ତାହାର କୌଣସି ସୂଚନା ମିଳିନାହିଁ । ସ୍କୁଲ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ ହେବ ବୋଲି ଆଲୋଚନା ହେଉଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking