31.7 C
Bhubaneswar
Saturday, June 20, 2026
Homeଓଡିଶାଜୁଲାଇ ୧ରୁ ମୁଖ୍ୟମନ୍ତ୍ରୀଙ୍କ ଶୁଣାଣି

ଜୁଲାଇ ୧ରୁ ମୁଖ୍ୟମନ୍ତ୍ରୀଙ୍କ ଶୁଣାଣି

ଭୁବନେଶ୍ବର : ଜୁଲାଇ ୧ ତାରିଖରୁ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ କରିବେ ଶୁଣାଣି। ଏହି ସମୟରେ ମୁଖ୍ୟମନ୍ତ୍ରୀ କେଉଁଠି ବସିବେ, କେଉଁ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିବେ, ଆଜି ତାର ସ୍ଥିତି ପରଖିଛନ୍ତି ସାଧାରଣ ପ୍ରଶାସନ ବିଭାଗ ସଚିବ ସୁରେନ୍ଦ୍ର କୁମାର। ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବ୍ୟାରିକେଡ୍ ବ୍ୟବସ୍ଥା, ସିରିଏଲ ମାଧ୍ୟମରେ ଲୋକେ କିପରି ଆସିବେ, ସେନେଇ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସମୟରେ ୩୦ ଜଣ ବସିବା ପାଇଁ ବ୍ୟବସ୍ଥା ରହିବ। ସେଠାରେ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରାଯିବ। ୨ ଦିନରେ ସବୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ବୁଲି ଦେଖିଛନ୍ତି ସଚିବ। ଖୁବଶୀଘ୍ର ବାସଗୃହ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking